ଚୋରା ବାଲି ଟ୍ରାକ୍ଟଟର ଓ ଟ୍ରିପର ଜବତ
ସାକ୍ଷୀଗୋପାଳ------- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ୟପକ୍ଷେ ଚୋରା ବାଲି ଚାଲାଣ କାରୀ ମାନେ ସକିୟ ହୋଇ ପଡିଛନ୍ତି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଥାନା ଏଏସଆଇ ମଞ୍ଜୁଲତା ଦେଇ ସଦଳବଳେ ଲକଡାଉନ ସମୟରେ ଚେକିଂ କରୁଥିବା ବେଳେ ବନପୁର କଂସାରିସାହି ଛକରେ ଏକ ଚୋରା ବାଲି ଟ୍ରାକ୍ଟଟର ଜବତ କରିଛନ୍ତି । ଗାଡି ନଂ ଓଡି, ୧୩,ଏଚ--୩୦୭୦ । ଏଏସଆଇଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୨୧୩/୨୧ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି । ସେହିପରି ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ନିକଟରେ ଏକ ଚୋରା ବାଲି ଟ୍ରିପର ସତ୍ୟବାଦୀ ପୋଲିସ ଜବତ କରିଛନ୍ତି । ଗାଡିନଂ ଓଡି, ୦୨, ଏଏକ୍ସ--୦୩୮୪ । ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଜଣାପଡିଛି । ଏହାକୁ ନେଇ ସତ୍ୟବାଦୀ ଥାନାରେ ୨୧୪/୨୧ରେ ଏକ ମାମଲା ରୁଜ କରାଯାଇ ଗାଡିଟିକୁ ଜବତ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୫/୨୦୨୧---୯,୨୦ ,
Sakhigopal News, 21/5/2021