Breaking News

ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍କୁଲ୍ ପ୍ରିନ୍ସପାଲ୍: ଧକ୍କା ଦେଇଥିବା ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର


ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମିଡ଼ିଆକିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ରାସ୍ତା କଡ଼ରେ ଠିଆହୋଇ ଫୋନରେ କଥା ହେଉଥିଲେ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପ୍ରିନ୍ସିପାଲ ରତିକାନ୍ତ ମହାପାତ୍ର । ତାଙ୍କୁ ଧକ୍କା ଦେଲା ଏକ ମୋଟରସାଇକେଲ ।  ଏହି ଦୁର୍ଘଟଣାରେ ବାଲିଗୁଡ଼ା ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପ୍ରିନ୍ସିପାଲ ଶ୍ରୀ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଜଣେ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।  ଧକ୍କା ଦେଇଥିବା ମୋଟରସାଇକେଲରେ ଥିବା ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି । ଗୁରୁତର ଦୁଇଜଣ ବାଲିଗୁଡ଼ା ଭଗାମୁଣ୍ଡା ସାହିର ଗଗନ ଦଳପତି,ଜୀବନ ଦେହୁରୀ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସମୟରେ କୌଣସିି କାମରେ ରତିକାନ୍ତ ଓ ତାଙ୍କର ଜଣେ ସହଯୋଗୀ ବାଲିଗୁଡ଼ା ଥାନା ଜକିକିଆ ଅଞ୍ଚଳକୁ ଯାଇ ପୁଣି ବାଲିଗୁଡ଼ା ଫେରୁଥିଲେ । ମିଡ଼ିଆ କିଆ ଛକ ନିକଟରେ ରତିକାନ୍ତଙ୍କ ଫୋନ୍ ଆସିବାରୁ ନିଜ ସ୍କୁଟି ରାସ୍ତା କଡ଼ରେ ଠିଆ କରି ରାସ୍ତା କଡ଼ରେ ଠିଆହୋଇ ଫୋନରେ କଥା ହେଉଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ମୋଟରସାଇକେଲ ରତିକାନ୍ତଙ୍କୁ ଧକ୍କା ଦେବାପରେ ଠିଆ ହୋଇଥିବା ସ୍କୁଟିକୁ ମଧ୍ୟ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ରତିକାନ୍ତଙ୍କ ସମେତ ଧକ୍କା ଦେଇଥିବା ମୋଟର ସାଇକେଲର ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବରପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ରତିକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଗୁରୁତର ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା,୨୬/୫/୨୦୨୧---୬,୨୫ Sakhigopal News , 26/5/2021

Blog Archive

Popular Posts