ଘର କାମ ଚାଲିଥିବା ବେଳେ ଗଣ୍ଡଗୋଳ
ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନା ଅନ୍ତର୍ଗତ ପାଣିଓରା ଗ୍ରାମର ଅମର କୁମାର ସ୍ୱାଇଁ ତାଙ୍କ ନିଜ ଜମିରେ ନୂତନ ଘର କରିବା ପାଇଁ ପୋତା ପକାଉଥିଲେ । ସେହି ଗ୍ରାମର ସନ୍ତୁ ମହରଣାଙ୍କ ସହିତ ତାଙ୍କ ମା ଧନୀ ମହାରଣୀ ଓ ପରିବାର ସଦସ୍ୟ ମାନେ ସେଠାରେ ପହଞ୍ଚି ବକାବନା କରିବା ସହ ଗଣ୍ଡଗୋଳ କରିଥିଲେ । ଅମରଙ୍କ ଭଉଣୀଙ୍କୁ ସନ୍ତୁ ମହାରଣା ଓ ତାଙ୍କ ପରିବାର ସଦସ୍ୟ ମାନେ ଆକ୍ରମଣ କରିଥିଲେ ବୋଲି ଥାନାରେ ଅମର ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବାର ସେ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ୧୮୮/୨୧ରେ ଏକ ମାମଲା ରୁଜ କରି ତଦନ୍ତ ଜରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୧---୮,୪୫
Sakhigopal News,Dhirendra Senapati,4/5/2021