ସମବାୟ ସମିତି ବ୍ୟାଙ୍କର ସୁପରଭାଇଜରଙ୍କର ମୃତ୍ୟୁରେ ଡେଲାଙ୍ଗରେ ଶୋକରଛାୟା
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ପୁରୀ ନିମାପଡା ସମ୍ମଳିତ ସମବାୟ ବ୍ୟାଙ୍କ ଡେଲାଙ୍ଗ ଶାଖାରେ ଦୀର୍ଘ ଦିନ ଧରି ସୁପରଭାଇଜର ଭାବେ କାର୍ଯ୍ୟରତ ପ୍ରଫୁଲ ସ୍ୱାଇଁଙ୍କର ଆଜି ଅକାଳ ମୃତ୍ୟୁ ହୋଇଯାଇଛି । ସେ ଡେଲାଙ୍ଗ ବ୍ଳକରେ ପ୍ରଫୁଲ ଭାଇ ଭାବେ ବେଶ ପରିଚିତ । କିଛି ଦିନ ମଧ୍ୟ ପୁରୀ ସଦରରେ ସୁପରଭାଇଜର ଭାବେ କାର୍ଯ୍ୟ କରିଛନ୍ତି । ସେ ଜଣେ ସମବାୟ ବିତ୍ତ ଥିଲେ । ତାଙ୍କ ଘର ଡେଲାଙ୍ଗ ବ୍ଳକ ପଲ୍ଲୀ ଯୋକନଡୁଆ ଗ୍ରାମରେ । କିଛି ଦିନ ହେବ ତାଙ୍କର ଦେହ ଅସ୍ଥସ୍ଥ ଥିବାରୁ ଭୁବନେଶ୍ୱର ଏକ ମେଡିକାଲରେ ଚିକିତ୍ସା ହେଉଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଖବର ଡେଲାଙ୍ଗରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଥିଲା । ଡେଲାଙ୍ଗ ବ୍ଳକର ବିଜେଡି ସଭାପତି ତଥା ପୂର୍ବତନ ସମବାୟ ବ୍ୟାଙ୍କର ଡାଇରେକ୍ଟର ବୈରାଗୀ ଜେନା, ବ୍ଳକ ଅଧ୍ୟଧ ପ୍ରସନ୍ନ ସାହୁଙ୍କ ସହିତ ମୁନିନ୍ଦା ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା ବହୁ ଜନପ୍ରତିନିଧି ଶୋକପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୧---୮,୧୫
Sakhigopal News, 22/5/2021