କରୋନା ଭୟରେ କାନ୍ଦ ଦେଲେ ନାହିଁ ପରିବାର ବା ଭାଇସାହି ; ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଶବ ଉଠିଲା
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ବଜାରରେ ରାଧାମୋହନ ଦାଶ ( ତାରା ଭାଇନା) ୫୫ବର୍ଷଙ୍କର ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କରୋନା ଭୟରେ ତାଙ୍କ ଶବ ଉଠାଇବାକୁ ତାଙ୍କ ପରିବାର ବା ଭାଇସାହି କେହି ଆସିନଥିଲେ ।ଶବ ପଡି ରହିଥିଲା । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଏହି ଖବର ପାଇ ୪ଟି ପିପି କିଟ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ସ୍ଥାନୀୟ ଯୁବକ ମାନଙ୍କ ସହିତ ଥାନା ଅଧିକାରୀ ଆଲେଚନା କରିବା ସହ ସେମାନଙ୍କୁ ବୁଝାସୁଝା କରିଥିଲେ । ସେଠାରେ ସ୍ଥାନୀୟ ସରପଞ୍ଚ ଓ କିଛି ସ୍ୱେଚ୍ଚାସେବୀ ମାନେ ପହଞ୍ଚିଥିଲେ ମଧ୍ୟ ଶବ ଉଠାଇବାକୁ ଡରିଥିଲେ । ଶେଷରେ ସତ୍ୟବାଦୀ ଥାନା ଆଇଆଇସି ଶ୍ରୀ ପାତ୍ର ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗରେ ଶବ ଉଠାଇ ପାଖ ଏକ ସ୍ଥାନରେ ଶବଦାହ କରିଥିବାରୁ ଉକ୍ତ ଅଞ୍ଚଳ ସହିତ ସୋସିଆଲ ମିଡିଆରେ ସତ୍ୟବାଦୀ ଥାନା ଅଧିକାରୀ ଏବେ ଚର୍ଚ୍ଚାରେ ରହିଛନ୍ତି । ଆଇଆଇସିଙ୍କ ଯୋଗୁ ଶବ ଦହା ହୋଇ ପାରିଲା ବୋଲି ସାରଙ୍ଗଯୋଡି ବଜାରରେ ବେଶ ଆଲେଚନାର ବିସୟବସ୍ତୁ ହୋଇଛି । ସୁଚନାଯୋଗ୍ୟ ଯେ ସେ ସାରଙ୍ଗଯୋଡି ବଜାର ଓ ମଠରେ ପୂଜା ପାଠ କରି ଚଳୁଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୧---୮,୩୦
Sakhigopal News, 26/5/2021