୧୬ ବର୍ଷ ପରେ ବି ଅଭିଯୁକ୍ତଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରିବାରେ ବିଫଳ
ଡେଲାଙ୍ଗ ---- ପୁରୀ ଜିଲ୍ଲାର ଡେଲାଙ୍ଗ ଥାନାରେ ୨୦୦୫ ମସିହାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାଣ୍ଡ ଘଟାଇବା ପରେ ପରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି । ମାତ୍ର ଅଧିକାଂଶ ସମୟରେ ଗ୍ରାମକୁ ଆସି ପୁଣି ଆତଙ୍କରାଜ କରୁଥବା ଏବଂ ଅଭିଯୁକ୍ତ ମାନଙ୍କୁ ଡେଲାଙ୍ଗ ଫୋଲିସ ଧରିବାରେ ବିଫଳ ହୋଇଛି ବୋଲି ଓଡତରବୋଇ ଗ୍ରାମର ସୁଲେଚନା ଜେନା ଅଭିଯୋଗ ଆଣିଛନ୍ତି । ସୁଚନାଯୋଗ୍ୟ ଯେ ପୂର୍ବ ଶ୍ରତୁତା ଓ ରାଜନୈତିକ ଶ୍ରତୁତାକୁ ନେଇ ଓଡତରବୋଇ ଗ୍ରାମର ହୁଲ୍ଲାସ ଜେନାଙ୍କୁ ଉକ୍ତ ଗ୍ରାମର ସନ୍ତୋଷ ଜେନା ଓ ମାନସ ପ୍ରଧାନ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ସେ ସମୟରେ ହୁଲ୍ଲାସଙ୍କ ଭାଉଜ ସୁଲେଚନା ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୩/୦୫ରେ ଏକ କେସରୁଜ ହୋଇଥିଲା । ମାତ୍ର ସେହିଦିନ ଠାରୁ ଅଭିଯୁକ୍ତ ମାନେ ଡେଲାଙ୍ଗ ଥାନା ଫାଇଲିରେ ଫେରାର ବୋଲି ଦର୍ଶାଯାଉଛି ବୋଲି ସୁଲେଚନା କହନ୍ତି । ମାତ୍ର ପକୃତ ପକ୍ଷେ ଅଭିଯୁକ୍ତ ମାନେ ଅଧିକାଂଶ ସମୟରେ ଗ୍ରାମକୁ ଆସି ସାକ୍ଷୀ ଓ ଆମକୁ କେସ ଉଠାଇ ଦିଅ ନଚେତ ତମକୁ ହୁଲ୍ଲାସ ପରି ହତ୍ୟା କରିଦେବୁ ବୋଲି ଧମକ ଦେଉଛନ୍ତି ବୋଲି ସୁଲେଚନା ଥାନାରେ କହିଲେ ମଧ୍ୟ କେହି ବୁଝୁନଥିବା ସେ କହନ୍ତି । ପୋଲିସ ବିଭିନ୍ନ କେସରେ ଜଡିତ ଥିବା ବଡ ବଡ ଅପରାଧିଙ୍କୁ ଧରୁ ଥିବା ବେଳେ ଏହି ଦୁଇଜଣଙ୍କୁ ଡେଲାଙ୍ଗ ପୋଲିସ ଧରିବାର ବିଫଳତା କାହିଁକି ତାହା ଜଣାପଡୁନାହିଁ ବୋଲି ସୁଲେଚନା କହନ୍ତି । ପୁରୀ ଏସପି ଏ ଦିଗପ୍ରତି ନଜର ଦେବା ସହ ଅଭିଯୁକ୍ତ ମାନଙ୍କୁ ଗିରଫକରିବା ପାଇଁ ନିବେଦନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୯/୫/୨୦୨୧
Sakhigopal News, 29/5/2021