ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କରୋନା ସଚେତନତା
ଭେଡେନ- କରୋନା ର ଦ୍ବିତୀୟ ଲହର ଏବେ ଗାଁ ମୁହାଁ ହୋଇଥିବା ବେଳେ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ୍ ଘୋଷଣା କରାଯାଇଛି । ଏ ଅବସରରେ ଗାଁ ଗହଳିର ଲୋକମାନଙ୍କୁ ସଚେତନ କରିବା ତଥା ସାହାଯ୍ୟ କରିବା ପାଇଁ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା ରଥ ବାହାରିଛି । ବରଗଡ଼ ଜିଲ୍ଲାର ଗାଁ ଗଣ୍ଡା ରେ ବୁଲି ଲୋକମାନଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ, ସାବୁନ ରେ ବାରମ୍ବାର ହାତ ଧୋଇବା ତଥା ଅସହାୟ ଗରିବ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ସଚେତନତା ରଥ ଭେଡେନ ରେ ପହଞ୍ଚିବା ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ସବୁଜ ପତାକା ଦେଖାଇ ଯାତ୍ରାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ରାଇସ ମିଲ ସଂଘ ,ଲାୟନ୍ସ କ୍ଲବ ଥୁଆପାଲି ,ବଣିକ ସଂଘ ତରଫରୁ ସହାୟତାର ହାତ ବଢ଼ାଇ ଥିଲେ ।ଏହି କାର୍ଯ୍ୟକ୍ରମ ରେ ସିଭିଲ କୋର୍ଟ ରେଜିଷ୍ଟାର ବିଶ୍ବ ବିସୃତ କର ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂପାଦିକା ଶ୍ରୀମତୀ ନୀଳିମା ପଣ୍ଡା, JMFC ଶ୍ରୀମତୀ ଶାଶ୍ବତୀ ମହାପାତ୍ର, ଭେଡେନ SI ମନୋଜ କୁମାର ପ୍ରଧାନ ବାର ଏସୋସିଏସନ୍ ସଭାପତି ଜଗତ ଭୂଷଣ ଶତପଥୀ, ଶୁଶିଲ ବେହେରା, ସନ୍ତୋଷ ତ୍ରୀପାଠୀ, ଆନନ୍ଦ ପଧାନ ଆଦି ଯୋଗ ଦେଇ ଲୋକ ମାନଙ୍କୁ ସଚେତନ କରିବା ସହ ଚୁଡା, ଚାଉଳ, ଆଳୁ, ପିଆଜ ଆଦି ରାସନ ସାମଗ୍ରୀ ବଣ୍ଟନ କରିଥିଲେ।
ଭେଡେନ ରୁ ସାକ୍ଷୀଗୋପାଳ ନିଉଜ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୨୫/୫/୨୦୨୧----୩,୪୦