ବିବାହର ପ୍ରତିଶ୍ରୁତି ଦେଇ ଅପହରଣ : ପରେ ଧକ୍କା ଦେଲା ପ୍ରେମିକ
ଭଞ୍ଜନଗର -ବିବାହର ପ୍ରତିଶୃତି ଦେଇ ଅପହରଣ ପରେ ଧକ୍କା ଦେଲା ପ୍ରେମିକ । ନ୍ୟାୟ ପାଇବା ପାଇଁ ପରିବାର ଲୋକ ଥାନା ର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ପୁଲିସ ଗିରଫ କଲା ପ୍ରେମିକକୁ ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଦଲକ ଗ୍ରାମରେ । ଗିରଫ ପ୍ରେମିକ ହେଲେ ଅନନ୍ତ ନାଇକ । ଖବର ନେବାରେ ଜଣାପଡିଛି ଯେ ଅନନ୍ତ ବହୁ ଦିନ ହେଲା ବିବାହିତ । ଅନନ୍ତ ଏକ ମୋବାଇଲି ନମ୍ବରକୁ କଲ କରୁଥିବା ବେଳେ ଯୁବତୀଙ୍କ ମୋବାଇଲିକୁ କଲ ଲାଗି ଯାଇଥିଲା । ସେହି ଦିନ ଠାରୁ ଯୁବତୀ ଙ୍କସହ କଥା ବାର୍ତ୍ତା ହେବା ପରେ ପରେ ପ୍ରେମ ସଂର୍ପକ ଗଡି ଉଠିଥିଲା । ଅନନ୍ତ ଶୁକ୍ରବାର ଦିନ ବିବାହ କରିବା ପାଇଁ କହି ପ୍ରେମିକା କୁ ଡାକି ଆଣିଥିଲେ । ଭଞ୍ଜନଗର ଥାନା ଅନ୍ତର୍ଗତ ବିରିପଦର ଗ୍ରାମରେ ରହୁଥିବା ଅନନ୍ତର ମଉଷା ଘରେ ଅନନ୍ତ ଓ ତାର ପ୍ରେମିକା ଯାଇ ପହଞ୍ଚିଥିଲେ । ମଉସା ଏହାକୁ ଦେଖି ତୁରନ୍ତ ଅନନ୍ତର ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ଶନିବାର ମଉସା ଘରେ ପହଞ୍ଚି ଦୁହେଁକୁ ଦଲକ ଗ୍ରାମକୁ ଆଣି ଅନନ୍ତର ପରିବାର ଲେଖାମାନେ ଯୁବତୀକୁ ତାଙ୍କ ଘରେ ଛାଡ଼ି ଦେଇଥିଲେ । ଯୁବତୀର ଭାଇ ଅକ୍ଷୟ ନାଇକ ଏହି ଘଟଣାକୁ ନେଇ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅନନ୍ତକୁ ଗିରଫ କରିବା ସହ ପ୍ରେମିକା କୁ ମଧ୍ୟ ବିଚାରପତିଙ୍କ ନିକଟରେ ୧୬୪ ବୟାନ ରେକର୍ଡ କରିଛନ୍ତି। ପ୍ରେମିକ ଅନନ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି ।ଏହି ଘଟଣାକୁ ନେଇ ତାରସିଂ ଥାନା କେସ ନଂ ୧୨୨/୨୧ରେ ମାମଲା ରୁଜ୍ଜୁ ହେଇଥିବା ଥାନାଧିକାରୀ ଶ୍ରୀ ଦାଶ କହିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୩୦/୫/୨୦୨୧, ୬,୧୦
Sakhigopal News, 30/5/2021