Breaking News

ଦୁଇ ପରିବାର ମଧ୍ୟରେ ମାରପିଟ, ତିନି ଆହତ; ଦୁଇ ଗିରଫ

 ସାକ୍ଷୀଗୋପାଳ----  ସତ୍ୟବାଦୀ ଥାନା ଅନ୍ତର୍ଗତ ମୁଳଅଳସା ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇ ତିନିଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଉଭୟ ପକ୍ଷ ପୃଥକ ପୃଥକ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମର ବିଳାସ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗ୍ରାମର ଛଇଲ ନାୟକଙ୍କ ପୁଅ ପିଙ୍କୁ ନାୟକ  ଦେକାନରୁ ବାକି ନେଇଥିବା ଟଙ୍କା ଫେରଇଲା । କିଛି ସମୟ ପରେ ପିଙ୍କୁ ଆସି ମୋ ପୁଅ ରବିନ୍ଦ୍ରଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲା ।ଏହାକୁ ନେଇ କଥା କଟାକଟିରୁ ମାରପିଟ ପର୍ଯ୍ୟନ୍ତ ଯାଇଥିଲା । ପିଙ୍କୁ ରାଗରେ ରବୀନ୍ଦ୍ର ଓ ତାଙ୍କ ମା ବିଳାସଙ୍କୁ ମାଡ ମାରି ଆହତ କରିଥିବା ନେଇ ବିଳାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜ କରାଯାଇ ପିଙ୍କୁ ନାୟକଙ୍କୁ ପୋଲିସ ଗିରଫ କରିଛି । ସେହିପରି ଛଇଲ ନାୟକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ପିଙ୍କୁ ନାୟକ ବୁଲା ସ୍ୱାଇଁଙ୍କ ପୁଅ ବାଙ୍କା ସ୍ୱାଇଁଙ୍କୁ ଦେଖି ତମ ବାପା ସୃଷ୍ଟି କରୁଥିବା ସମସ୍ୟା ସମ୍ପର୍କରେ ପଚାରିବାରୁ ସେ ଯୁକ୍ତିତର୍କ କରିବା ସହ ତାଙ୍କ ଦେକାନରୁ ବାକି ରଖିଥିବା ଦୁଇଟଙ୍କା ଦେବାକୁ କହିଥିଲା ।ପିଙ୍କୁ ପାଖରେ ରେଜା ପଇସା ନ ଥିବାରୁ ୫ଶହ ଟଙ୍କା ଦେଇଥିଲା । ପରେ ଅବଶିଷ୍ଟ ପଇସା ପିଙ୍କୁ ମାଗିବାରୁ ବିଳାସ ସ୍ୱାଇଁ, ବାଙ୍କା ସ୍ୱାଇଁ  ଓ ନବି ସ୍ୱାଇଁ ତିନିଜଣ ମିଶିକି ପିଙ୍କୁକୁ ମାଡ ମାରି ରକ୍ତାକ୍ତ କରିଦେବା ସହ ଜୀବନରେ ମାରି ଦେବାର ଧମକ ଦେଇଛନ୍ତି ବୋଲି ଥାନାରେ ଛଇଲ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେଏକ ମାମଲା ରୁଜ କରି ବାଙ୍କା ସ୍ୱାଇଁଙ୍କୁ ପୋଲିସ ଗିରଫ କରି କୋର୍ଟକୁ ପଠାଇଥିବା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୧----୮,୨୦ 

Sakhigopal News, 22/5/2021

Blog Archive

Popular Posts