Breaking News

କରୋନା ମହାମାରୀ ସମୟରେ ଡାକ୍ତରଙ୍କୁ ମରଣାତ୍ମକ ଆକ୍ରମଣ


ଜଟଣୀ --ଆଜି ମଧ୍ୟାହ୍ନରେ ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ସମାଜସେବୀ ତଥା ଜଣାଶୁଣା ଡାକ୍ତର କେ. କେ. ମହାନ୍ତି ଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି   । ସୂଚନା ଅନୁସାରେ ଡାକ୍ତର କେ. କେ. ମହାନ୍ତି ଜଟଣୀ ଶ୍ରୀ ରାମନଗର ସ୍ଥିତ ଚତୁର୍ଭୁଜ ରାଉଳ ନାମକ ବ୍ୟକ୍ତିଙ୍କ ବାସଭବନରେ ଭଡ଼ାରେ ରହନ୍ତି । ପ୍ରତ୍ୟକ ଦିନ ସ୍ଥାନୀୟ ମାଆ କ୍ଲିନିକରେ ରୋଗୀ ସେବା କରନ୍ତି । କିନ୍ତୁ ଏହି କରୋନା ମହାମାରୀ ସମୟରେ ସଂକ୍ରମଣକୁ ଆଖି ଆଗରେ ରଖି କ୍ଲିନିକରେ ରୋଗୀ ସେବା ବନ୍ଦ ରଖାଯାଇଥିଲା । ସମୟ ସମୟରେ କିଛି ଜଣାଶୁଣା ବ୍ୟକ୍ତି ତାଙ୍କ ବାସଭାବନକୁ ଦେଖା କରିବାକୁ ଯାଆନ୍ତି । ଦରକାର ପଡିଲେ କିଛି କିଛି ରୋଗୀ ଦେଖନ୍ତି ।  ଘର ମାଲିକ (ଚତୁର୍ଭୁଜ ରାଉଳ )କରୋନା ମହାମାରୀ ସମୟରେ ବାହାର ଲୋକଙ୍କ ପ୍ରବେଶ ଦେଖି ଡାକ୍ତରଙ୍କୁ କାର୍ଯ୍ୟରୁ ନିବୃତ ରହିବା ପାଇଁ ବାରମ୍ବାର ନିବେଦନ କରିଥିଲେ । ଚତୁର୍ଭୁଜ ରାଉଳ ମଧ୍ୟ ଜଣେ ବରିଷ୍ଠ ନାଗରିକ । ଡାକ୍ତରଙ୍କ ମତରେ ରୋଗୀ ସେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ତେଣୁ ଆଜି ମଧ୍ୟ କିଛି ରୋଗୀ ଡାକ୍ତରଙ୍କୁ ଦେଖାକରିବାକୁ ଆସିଥିଲେ । ଏହାକୁ ଦେଖି ଘର ମାଲିକ ବାରଣ କରିବାରୁ  ଘର ମାଲିକ ଏବଂ ଡାକ୍ତରଙ୍କ ଯୁକ୍ତିତର୍କ ମଧ୍ୟରେ ଘର ମାଲିକ (ଚତୁର୍ଭୁଜ ରାଉଳ )ନିକଟରେ ଥିବା ଏକ ପୂଜା ଢାଳରେ ଡାକ୍ତରଙ୍କ ମୁଣ୍ଡକୁ ଆଘାତ କରିଥିଲେ । ଫଳରେ ଡାକ୍ତରଙ୍କ ମୁଣ୍ଡଟି ଫାଟିଯାଇ ରକ୍ତ ବୋହିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ସରକାରୀ ଡାକ୍ତର ଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଚଳାଇଛି । ଖବର ପ୍ରସାରଣ ବେଳକୁ କୌଣସି ପକ୍ଷରୁ ଏତଲା ଦାୟର ହୋଇନଥିଲା । ମାତ୍ର ଜଣେ ରୋଗୀଙ୍କ ସେବା କରୁଥିବା ଡ଼ାକ୍ତର ଙ୍କୁ ଆକ୍ରମଣ କୁ ସ୍ଥାନୀୟ ଅଞ୍ଚଳରେ ନାପସନ୍ଦ କରିଛନ୍ତି ।

ଜଟଣୀ --ରଙ୍ଗନାଥ ବେହେରା ,୨୫/୫/୨୦୨୧---୪,୩୦ 
Sakhigopal News,25/5/2021

Blog Archive

Popular Posts