ଠଣଠଣା ଗ୍ରାମ ପୋଖରୀରୁ ହରିଣ ଉଦ୍ଧାର
ପିପିଲି-ପିପିଲି ବ୍ଲକ ଅର୍ନ୍ତଗତ ଦୃର୍ଗାଦାଶପୁର ପଞ୍ଚାୟତର ଠଣଠଣା ଗ୍ରାମ ବେଲପୋଖରୀରୁ ଏକ ହରିଣକୁ ଜଙ୍ଗଲ ବିଭାଗ ଉଦ୍ଧାର କରିଛି । ମିଳିଥିବା ସୁଚନା ମୁତାବକ ହରିଣଟି ଜଙ୍ଗଲ ଛାଡି ଖାଦ୍ୟ ଅନ୍ୱଷେଣରେ ଗାଁ ମୁହାଁ ହୋଇ ଯାଇଥିବା ବେଳେ କୁକୁର ଙ୍କ ଭୟରେ ପିପିଲି ଦୃର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ନିକଟ ପୋଖରୀରେ ପଡି ଯାଇଥିଲା । ଗ୍ରାମବାସୀ ମାନେ ଏହା ଦେଖି ପାଣିରୁ ହରିଣଟିକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ହରିଣଟିକୁ ଦେଖିବା ପାଇଁ ଆକପାଖରୁ ଲୋକଙ୍କ ଭିଡ ଜମିଥିଲା । ଜଙ୍ଗଲ ବିଭାଗ ଅଧିକାରୀ ବିଶ୍ୱ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ବୋଲେରୋ ଗାଡିରେ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଗ୍ରାମବାସୀଙ୍କ ନିକଟରୁ ଉଦ୍ଧାର କରିଥିଲେ । ବାଲିପାଟଣାସ୍ଥିତ ଭଂରାଗଡ ଜଙ୍ଗଲରେ ସୁରକ୍ଷିତ ସ୍ଥାନରେ ହରିଣଟିକୁ ଛାଡିଥିବା ନେଇ ଶ୍ରୀମିଶ୍ର ସୁଚନା ଦେଇଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର, ୩୦/୫/୨୦୨୧---୬,୫୫
Sakhigopal News, 30/5/2021