Breaking News

ମାନବିକତା ଦେଖାଇଲେ ବିଡ଼ିଓ : ଅସହାୟ ମହିଳା ଙ୍କୁ ସହାୟତା ପ୍ରଦାନ


 
ଭଞ୍ଜନଗର---- ଶାଶୁ ଘର ଲୋକଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇ , ବାପଘରେ ଆଶ୍ରୟ ନେଇଥିବା ଅସହାୟ ମହିଳା ଓ ତାଙ୍କର ବର୍ଷକର ଛୁଆ ଙ୍କୁ ସହାୟତା ପ୍ରଦାନ କରିଛନ୍ତି ବେଲଗୁଣ୍ଠା ବିଡ଼ିଓ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ, ଶାସନ ପଞ୍ଚାୟତ ଅନ୍ତର୍ଗତ ବଡଦୋଡଙ୍ଗା ଗାଁ ର ସଂପୃକ୍ତ ଅସହାୟ ମହିଳା ଙ୍କ ବିଷୟରେ ସୂଚନା ପାଇବା ପରେ ବିଡ଼ିଓ ଶଶିଭୂଷଣ ମହାପାତ୍ର ଶାସନ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସଂଜୟ ପ୍ରଧାନ ଓ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ନାୟକ ପ୍ରମୁଖ ପହଞ୍ଚି ବ୍ୟକ୍ତିଗତ ଭାବେ ୬୦୦୦ ଟଙ୍କା  ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ସୂଚନା ପ୍ରକାରେ , ବଡଦୋଡଙ୍ଗା ଗ୍ରାମର ସୁମିତ୍ରା ନାୟକ ଙ୍କ ବାପା ପ୍ରହଲ୍ଲାଦ ସ୍ବାଇଁ ଓ ମା' ଙ୍କ ମୃତ୍ୟୁ ପରେ ଅନାଥ ହୋଇପଡ଼ିଥିଲେ ସୁମିତ୍ରା । ଦୁଇ ଭାଇ ଓ ସଂପର୍କୀୟ ଙ୍କ ସହଯୋଗ ରେ ୨୦୧୯ ମସିହାରେ ନିକଟସ୍ଥ କେ.ନୂଆଁଗଡ ଗ୍ରାମରେ ବିବାହ କରିଥିଲେ । ବର୍ତମାନ ତାଙ୍କର ବର୍ଷକର ପୁତ୍ର ସନ୍ତାନ ଟିଏ ମଧ୍ୟ ଅଛି । କୈାଣସି କାରଣରୁ ଶାଶୁଘର ଲୋକେ ସୁମିତ୍ରା ଙ୍କୁ  ନିର୍ଯ୍ୟାତନା ଦେବା ସହ ଗତ ୧୬ ତାରିଖରେ କିରୋସିନି ଢାଳି , ନିଆଁ ଲଗାଇ ପୋଡିମାରିଦେବାକୁ ଉଦ୍ୟମ କରିଥିଲେ । କୈାଣସି ପ୍ରକାରେ ସୁମିତ୍ରା ନିଜକୁ ବଞ୍ଚାଇ , ଛୁଆ ସହ ନିଜ ବାପଘର ବଡଦୋଡଙ୍ଗା କୁ ଚାଲିଆସିଥିଲେ । ଏହି ଘଟଣା ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହୋଇଥିବାରୁ , ଶାଶୁଘର ଠାରୁ ସେ ବାଧ୍ୟହୋଇ ବର୍ତ୍ତମାନ ଦୂରେଇ ରହିଛନ୍ତି । ଅନ୍ୟପକ୍ଷରେ ଦୁଇ ଭାଇ ସୁରତରେ ଥିବାରୁ ଗାଁ ରେ ଆଉ କେହି ରହୁନଥିଲେ । ପରିତ୍ୟକ୍ତ ଅବସ୍ଥାରେ ଥିବା ଗାଁ ଘରେ ରହିଲେ ସୁମିତ୍ରା  । ସାହି ପଡୋଶୀ ଏବଂ ସଂପର୍କୀୟ ମାନେ କିଛି ଖାଇବା ଦେଲେ ସେଥିରେ ସୁମିତ୍ରା ଓ ତାଙ୍କ ଛୁଆ ଚଳୁଥିଲେ । କିଛିଦିନ ପରେ ସୁମିତ୍ରା ଙ୍କ ଜ୍ବର ଓ ଥଣ୍ଡା ହେବାରୁ ସ୍ଥାନୀୟ କିଛି ସ୍ବେଛାସେବୀ ଓ ପଡ଼ୋଶୀ ମଧ୍ୟ ସହାୟତା କରିଥିଲେ । ଏ ସଂକ୍ରାନ୍ତରେ ବେଲଗୁଣ୍ଠା ବିଡ଼ିଓ ସୂଚନା ପାଇବା ପରେ ଗାଁ କୁ ଯାଇ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ , ସ୍ଥାନୀୟ ତହସିଲଦାର ସରୋଜ କୁମାର ବେହେରା ଙ୍କୁ ଅବଗତ କରାଇଛନ୍ତି। ତହସିଲଦାର ସଙ୍ଗେ ସଙ୍ଗେ ପରିତ୍ୟକ୍ତ ଘର ପାଇଁ ଜରିପାଲ ଯୋଗାଇ ଦେଇଛନ୍ତି । ଏହାସହ ସ୍ଥାନୀୟ ପଞ୍ଚାୟତ ମାଧ୍ୟମରେ ଚାଉଳ ଓ ରେଡ଼କ୍ରସ  ପାଣ୍ଠି ମାଧ୍ୟମରେ ରେ କିଛି ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ  ଭଂଜନଗର ଉପଜିଲ୍ଲାପାଳ ଙ୍କୁ ଚିଠି ଦେଇଥିବା ନେଇ ବିଡ଼ିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ବିଡ଼ିଓ ଙ୍କ ଏଭଳି ସହାୟତା ଓ ପଦକ୍ଷେପକୁ ପାଇଁ  ସ୍ଥାନୀୟ ଅଞ୍ଚଳର ସ୍ବେଛାସେବୀ ସ୍ବସ୍ତିସୁନ୍ଦର ସିୟ , ଗ୍ରାମବାସୀ ବୁଧିରାମ ମିଶ୍ର , ଜଗନ୍ନାଥ ପରିଡ଼ା , ମାଧବ ସ୍ବାଇଁ ଓ ଭଂଜକିଶୋର ସ୍ବାଇଁ ପ୍ରମୁଖ  ଧନ୍ୟବାଦ ଜଣାଇଛନ୍ତି । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୨୯/୫/୨୦୨୧----୪.୩୦  
Sakhigopal News,29/5/2021

Blog Archive

Popular Posts