Breaking News

ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟରଙ୍କ ବିୟୋଗରେ ଶୋକ



ଜଟଣୀ --ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ କୁଦିଆରୀ ଗ୍ରାମର ଅବସର ପ୍ରାପ୍ତ ପୋଷ୍ଟମାଷ୍ଟର ଏବଂ ସମାଜସେବୀ ସୁବୋଧ ରାୟ (ମଣ୍ଟୁ ଭାଇ )ଙ୍କ ବିୟୋଗରେ କୁଦିଆରୀ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ଵାଷଠି ବର୍ଷ ହୋଇଥିଲା । ସୂଚନାମୁତାବକ 
ସ୍ବର୍ଗତ ରାୟ ପୋଷ୍ଟମାଷ୍ଟର କାର୍ଯ୍ୟରତ ସମୟରେ ତାଙ୍କର ତ୍ୟାଗ, ନିଷ୍ଠା, ତଥା ଏକାଗ୍ରତା ଫଳରେ କର୍ମକ୍ଷେତ୍ରରେ ବିପ୍ଳବ ଆଣିଥିଲେ ।  ତାଙ୍କର ଏହି ପ୍ରତିଭା ଫଳରେ କୃଷକ କମିଟି ଏବଂ କୁଦିଆରୀ ଦୋଳମଣ୍ଡପ ସାହିର ସଭାପତି ଭାବରେ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି । ଗତ କିଛି ଦିନ ହେବ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଜ୍ୱର ନ ଛାଡ଼ିବା ଫଳରେ ସେ ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ କୋଭିଡ ପରୀକ୍ଷା କରାଇଥିଲେ । କୋଭିଡ ଟେଷ୍ଟରୁ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ସେ ଘରେ ରହି ସରକାରୀସ୍ତରରେ ଚିକିତ୍ସା ହେଉଥିଲେ ।  ଆଜି ସନ୍ଧ୍ୟାରେ ସେ ଅଧିକ ଅସୁସ୍ଥ ହୋଇ ତାଙ୍କର ଅମ୍ଳଜାନର ଅଭାବ ଦେଖାଦେଲା । ଫଳରେ ଘର ଲୋକେ ଆମ୍ବୁଲାନ୍ସ ଡକାଇ ତାଙ୍କୁ  ଭୁବନେଶ୍ୱର ନେଉଥିବା ବାଟରେ ଟଙ୍କାର ପ୍ରାଣ ବାୟୁ ଚାଲିଯାଇଥିଲା । ତାଙ୍କର ମୃତ୍ୟୁ ଖବର ବିଜୁଳି ବେଗରେ ଖେଳିଯିବା ଫଳରେ କୁଦିଆରୀ ତଥା ଆଖ ପାଖ ଅଞ୍ଚଳରେ  ଶୋକର ଛାୟା ଖେଳିଯାଇଥଲା । ତାଙ୍କର ଅମର ଆତ୍ମାର ସଦଗତି ପାଇଁ କୁଦିଆରୀ ଗ୍ରାମବାସୀ ପ୍ରଭୁଙ୍କ ନିକଟରେ ପାର୍ଥନା କରିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରା ,   ୨୮/୫/୨୦୨୧----୯,୩୦  
 Sakhigopal News,28/5/2021

Blog Archive

Popular Posts