ଗ୍ରାମ ଗ୍ରାମରେ ସୁଲଭ ଦରରେ ପନି ପରିବା ବିକିଲା ମିଶନଶକ୍ତି ମହିଳା ମହାସଂଘ
ଡେଲାଙ୍ଗ -------ମହାମାରୀ କରୋନା ସମୟରେ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି । ଏହି ଅବସରର ପନି ପରିବା ସୁଲଭ ଦରରେ ଗ୍ରାମ ଗ୍ରାମରେ ଯୋଗାଇ ଦେଇଛି ଡେଲାଙ୍ଗର ମିଶନ ଶକ୍ତି ମହିଳା ମହାସଂଘ । ଗାଁ କୁ ଗାଁ ଯାଇ ପନି ପରିବା ସୁଲଭ ଦରରେ ବିକ୍ରି କରିଛନ୍ତି । ମହିଳା ମହାସଂଘର ସଦସ୍ୟା ସ୍ୱର୍ଣ୍ଣମୟୀ ଜେନା,ମମତା ସ୍ୱାଇଁ,ଭାରତୀ ଚମ୍ପତି,ଚିନ୍ମୟୀ ପାଢି,ପ୍ରତିମା ଦାଶ,ମିନାକ୍ଷୀ ପ୍ରଧାନ,ସୁନିତା ଦାଶ ଓ ଶୁଭଲକ୍ଷ୍ମି ଦାଶ ପ୍ରମୁଖ ଦୁଇଟି ଅଟୋ ଯୋଗେ ପନିପରିବା,ରାସନ ଓ ସାନିଟାଇଜ ଗୁଡିକ ସୁଲଭ ଦରରେ ବିକ୍ରି କରିଛନ୍ତି । ଯେଉଁମାନେ ମୁହଁରେ ମାସ୍କ ନଥିଲା ସେମାନଙ୍କୁ ପନି ପରିବା ବିକ୍ରୟ କରିନଥିଲେ । ରାଜ୍ୟ ସରକାରଙ୍କ କରୋନା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ଶନିବାର ଦିନ ପ୍ରହାରାଜପୁର ଗ୍ରାମରେ ମିଶନ ଶକ୍ତି ମହିଳା ମହାସଂଘ ପନି ପରିବା ବିକ୍ରି କରୁଥିବା ସମୟରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ ସେଠାରେ ପହଞ୍ଚି କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତନ୍ନଖି କରିଥିଲେ । ମିଶନ ଶକ୍ତି ମହିଳା ମହାସଂଘ କାର୍ଯ୍ୟକୁ ତହସିଲଦାର ଶ୍ରୀ ବଢ଼େଇ ଭୁୟଂସି ପ୍ରଶଂସା କରିଥିବା ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ଜଣାଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୫/୨୦୨୧---୯,୪୦ଫଟୋନଂ ୨୫୦୨