Breaking News

ସତ୍ୟବାଦୀ ଶାଖା ଭାରତ ବିକାଶ ପରିଷଦ ପକ୍ଷରୁ ବାସଗୃହ ନିର୍ମାଣ


 ସାକ୍ଷୀଗୋପାଳ-----  ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପରାହାଟ ନିମସାହି ର ଦୃଷ୍ଟି ହୀନ ପବିତ୍ର ପ୍ରଧାନ ଓ ପୂର୍ଣ୍ଣିମା ଙ୍କ ପାଇଁ ଏକ ଛାତ ଘର ନିର୍ମାଣ କରିଛନ୍ତି। ଏହି କାର୍ଯ୍ୟରେ ଶାଖାର ସମସ୍ତ ସଭ୍ୟ ମାନେ ଅକୁଣ୍ଠ ସମର୍ଥନ ଦେଇଥିବାରୁ ସଚିବ ନବଘନ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଗ୍ରାମବାୀମାନେ ଏଭଳି ସାଧୁ ଏବଂ ବଦାନ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବ୍ୟକ୍ତିଗତ ଚାନ୍ଦା ଆଦାୟ କରି ଘରଟି ସମ୍ପୂର୍ଣ୍ଣ କରିବା ପାଇଁ ପ୍ରାୟ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରକାଶ ଥାଉକି ଫଣି ବାତ୍ୟା ସାହାଯ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ସ୍ବେଚ୍ଛାସେବୀ  ପ୍ରଫୁ୍ଲ ପ୍ରଧାନ ଏହି କାର୍ଯ୍ୟରେ ଅନେକ ମୂଲ୍ୟବାନ ସମୟ ଦେଇଛନ୍ତି । ବିଶେଷ ଭାବରେ ପୃଷ୍ଠପୋଷକ ସଭ୍ୟ ସୁନାକର ପତି, ସଚିବ ନବଘନ ଶତପଥୀ, ଉପସଭାପତି ବିଷ୍ଣୁ ମହାରଣା, ସଭ୍ୟ ଦୁଖିଶ୍ୟାମ୍ ମଲିକ୍, ସୁଶାନ୍ତ ରଥ, ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ସମସ୍ତ ସହଯୋଗୀ ମାନଙ୍କୁ ପ୍ରାନ୍ତୀୟ ସଂସ୍କାର ସଚିବ ସତ୍ୟବାଦୀ ଦାଶ କୃତଜ୍ଞତା ଜଣାଇଛନ୍ତି । ପରିବାରର ଭବିଷ୍ୟତ ଥଇଥାନ ସମ୍ପର୍କରେ ଆଲୋଚନା କରାଯାଇ ବ୍ୟବସ୍ଥା କରାଯିବ ବୋଲି ନବଘନ ଶତପଥୀ ଜଣାଇଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୨୨/୫/୨୦୨୧----୯,୦୦ 
Sakhigopal News, 22/5/2021

Blog Archive

Popular Posts