Breaking News

ଅବସର ପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ଶୋକ

 




ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ସ୍ଥିତ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୫ ବର୍ଷ ଧରି ଶିକ୍ଷକତା କରି  ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇଥିଲେ । ସ୍ୱର୍ଗତ ଶିକ୍ଷକ ଘନଶ୍ୟାମ ପୃଷ୍ଟିଙ୍କର ଜଟଣୀ ସ୍ଥିତ ଷଣ୍ଢପୁରସ୍ଥ ବାସଭବନରେ ୮୦ ବର୍ଷରେ ପରଲୋକ ହୋଇଯାଇଛି । ସେ ଜଣେ ଛାତ୍ରବତ୍ସଳ, ସରଳ, କର୍ମତତ୍ପର, ମିଠାବାସି ଓ ଶୃଙ୍ଖଳିତ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ସ୍ୱତନ୍ତ୍ର ଶିକ୍ଷା ଦାନ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶଜଣାଶୁଣା ।  ତାଙ୍କ ବିୟୋଗରେ ପୁରାତନ ଛାତ୍ରସୂର୍ଯ୍ୟନାରାୟଣ ପଣ୍ଡା, ବିଶବଜିତି ପରିଡା, କ୍ଷେତ୍ରବାସି ଆଳୁକ, ଅଭୟ ଚରଣ ସାହୁ, ଅଶୋକ ବାରିକ, ଜିତେନ୍ଦ୍ର ପ୍ରଧାନ, ଭାଗିରଥି ପରିଡା, ସତ୍ୟନାରାୟଣ ସାହୁ, ପାର୍ଥ ସାରଥୀ ମହାନ୍ତି, ବିକ୍ରମ ପ୍ରଧାନ, ପଞ୍ଚାନନ ପ୍ରଧାନ, ପ୍ରଦୀପ୍ତ ପଣ୍ଡା ତୁଷାର ଆଳୁକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୫/୨୦୨୧----୮,୪୦, Sakhigopal News,24/5/2021

Blog Archive

Popular Posts