Breaking News

ଟୀକା କରଣ କେନ୍ଦ୍ର ତଦାରଖ କଲେ ବିଡିଓ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକରେ ୪୫ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ପ୍ରଥମ ଡୋଜ ଟୀକା କରଣ ଚାରେଟି ସ୍ଥାନରେ ଦୁଇ ଦିନରେ ବାରଶହ ଜଣଙ୍କୁ ଟୀକା କରଣ କରାଯିବା । ଏହି କାର୍ଯ୍ୟକ୍ରମ କିପରି ଚାଲିଛି ତାହା ତଦାରଖ କରିବା ପାଇଁ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ଅଳଗୁମ ସ୍ଥିତ ଜାଗେଶ୍ୱରୀ ବିଦ୍ୟାପୀଠ ଟୀକା କେନ୍ଦ୍ରରେ ପହଞ୍ଚି ଥିଲେ । ସେଠାରେ ଷ୍ଟାଫ ନର୍ସ ମିନତି ସେଠୀ ଓ କୋଭିଡ  କେୟାର କର୍ମଚାରୀ ସୋନାଲି ବଳିୟାରସିଂ, ଅଳଗୁମ ଗ୍ରମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ପାଇକରାୟ, ଯୁଧିଷ୍ଠିତର ବିଶ୍ୱା. ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ବିଶ୍ୱାଳ ଓ ପ୍ରମୋଦ କୁମାର ଉଦୟସିଂ ଏଏସଆଇଙ୍କ ସହିତ ବିଡିଓ ଶ୍ରୀ ବେହେରା ଟୀକା କରଣ ସମ୍ପର୍କରେ ଆଲେଚନା କରିଥିଲେ । ଜାଗେଶ୍ୱରୀ ବିଦ୍ୟାପୀଠ ଅଳଗୁମରେ ୩ଶହ ଜଣଙ୍କୁ ଟୀକା କରଣ କରିବା ପାଇଁ ରହିଥବା ବେଳେ ପ୍ରଥମ ଦିନରେ ୧୦୪ ଜଣ ଟୀକା ନେଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୧---୧୦,୦୫
 Sakhigopal News, 31/5/2021

Blog Archive

Popular Posts