ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବୀ ଉମାକାନ୍ତ ମିଶ୍ରଙ୍କ ପରଲୋକ
ଭଞ୍ଜନଗର --- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବୀ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ ଥିବାବେଳେ ତାଙ୍କର ବିୟୋଗ ହୋଇଥିବା ତାଙ୍କ ପରିବାରଙ୍କ ପକ୍ଷରୁ କୁହାଯାଇଛି । ସେ ୧୯୮୫ରୁ୧୯୯୦ ପର୍ଯ୍ୟନ୍ତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ଥିଲେ ।୧୯୯୮ରୁ ୨୦୦୨ପର୍ଯ୍ୟନ୍ତ କଗ୍ରେଂସର ସଭାପତି କାର୍ଯ୍ୟତୁଳାଇ ଥିଲେ । ଏହି ସମୟରେ ସେ ବିଭିନ୍ନ ବୋର୍ଡର ଚେୟାରମ୍ୟାନ ଥିଲେ । ଉମାକାନ୍ତ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ଜ୍ୱାଇଁ ଅଟନ୍ତି । ତାଙ୍କର ବିୟୋଗରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବାର ଆସୋସିଏଶନ ସଭାପତି ସନ୍ତୋଷ ନାୟକ, ଅଯୋଧାନାଥ ମହାପାତ୍ର,ଦେବୀ ବିଷୋୟୀ, ଲକ୍ଷ୍ମୀକାନ୍ତ ମହାପାତ୍ର,ପ୍ରଶାନ୍ତ ବିଷୋୟୀ,ସନ୍ତୋଷ କୁମାର ଦିଗାଲ ,ଭାସ୍କର ପତି,ଖଂରାଶୁ ଶେଖର ଦାସ, ଜିଲା ବିଜେଡ଼ି ଉପ ସଭାପତି ରାଜେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଓ କଗ୍ରେଂସ ମହଲରେ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨୫/୫/୨୦୨୧----୮,୦୫