Breaking News

ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କ ପାଇଁ ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ


 ଡେଲାଙ୍ଗ------ସାମ୍ଭାବ୍ୟ ବାତ୍ୟା ୟସର ସଠିକ ମୁକାବିଲା କରିବା ପାଇଁ  ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଲକରେ ବାତ୍ୟାକୁ ମୁକାବିଲା କିପରି କରାଯିବ ସବୁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।   ଡେଲାଙ୍ଗ ସିଡିପିଓ ହାରାମଣୀ ନାୟକଙ୍କ ନିର୍ଦ୍ଦେଶରେ ଡେଲାଙ୍ଗ ବ୍ଲକରେ ଥିବା ୧୭୯ଟି ଅଙ୍ଗନୱାଡି ରହିଛି । ଉକ୍ତ କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ  ଛତୁଆ ପ୍ୟାକେଟ ମହଜୁଦ ରଖାଯିବ ।  ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ  ଅଙ୍ଗନୱାଡି କେନ୍ଦ୍ରକୁ ଛତୁଆ ଯୋଗାଣ ଯୁଦ୍ଧକାଳୀନ ମଧ୍ୟରେ କରାଯାଇଛି ବୋଲି ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ କୁହନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୫/୨୦୨୧ ------୧୦,୫୦

Blog Archive

Popular Posts