Breaking News

ସତ୍ୟବାଦୀରେ ଏକ ସଙ୍ଗେ ଚାରେଟି ସ୍ଥାନରେ ୧୨ଶହ ଜଣଙ୍କୁ ଟୀକା କରଣ କରାଯିବ


 ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକରେ କରୋନା ଟୀକା କରଣ ପ୍ରକିୟାକୁ ବଡାଇବା ପାଇଁ ଏକ ସଙ୍ଗେ ଚାରେଟି ସ୍ଥାନରେ ଟୀକା କରଣ କରାଯିବ ବୋଲି ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ୪୫ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯିବ । ଟୀକା ନେବାକୁ ଆସିବା ସମୟରେ ନିଶ୍ଚିତ ସାଙ୍ଗରେ ବୟସ ପ୍ରମାଣ ପତ୍ର ଆଣିବାକୁ ପଡିବ । ଟୀକା କରଣ କେନ୍ଦ୍ର ସହିତ ସଂଯୋଗ କରାଯାଇଥିବା ଗ୍ରାମ ପଞ୍ଚାୟତର ବ୍ୟକ୍ତି ମାନେ ଟୀକା ନେଇ ପାରିବେ । ଟୀକା କେନ୍ଦ୍ରକୁ ଆସିବା ସମୟରେ ନିଶ୍ଚିତ ମାସ୍କ ପରିଧାନ ଓ ସାମାଜିକ ଦୁରତା ରଖିବାକୁ ପଡିବ । ନଚେତ ପ୍ରଶାସନ ପକ୍ଷରୁ ଉକ୍ତି ଟୀକା କେନ୍ଦ୍ରକୁ ବନ୍ଦ କରିବାକୁ ପଡିବ ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି ।  ଶୁକଳ କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟରେ ୨ଶହ ଜଣଙ୍କୁ ଦିଆଯିବ ସେଠାରେ ଶୁକଳ, ଆଳିଶ ଓ ମଧୁବନ ଗ୍ରାମ ପଞ୍ଚାୟତର ବ୍ୟକ୍ତି ମାନେ ନେଇ ପାରିବେ । ସେହିପରି ଜାଗେଶ୍ୱରୀ ବିଦ୍ୟାପୀଠ ଅଳଗୁମରେ ୩ଶହ ଜଣ, ଏଠାରେ ଅଳଗୁମ, ନରେନ୍ଦ୍ରପୁର, ସାଣ୍ଢରାଶାସନ, ନୂଆସୋମେଶ୍ୱରପୁର ଓ ଦାସବିଦ୍ୟାଧରପୁର । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳ ଟୀକା କେନ୍ଦ୍ରରେ ୩୫୦ ଜଣଙ୍କୁ ଟୀକା ପ୍ରଦାନ କରାଯିବ ଏଠାରେ ଜୟପୁର, ଶ୍ରୀରାମଚନ୍ଦ୍ରପୁର, ମୂଳଅଳସା, ବିଶ୍ୱନାଥପୁର, ଦୁଗଲ, ପେଣ୍ଠପଡା, କାଦୁଆ ଓ ବିରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ରହିଥିବା ବେଳେ ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ଗବକୁଣ୍ଡ ଟୀକା କେନ୍ଦ୍ରରେ ୩୫୦ ଜଣଙ୍କୁ ଟୀକା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଠାରେ ବଳପୁର, ସାରଙ୍ଗଯୋଡି,ବଳରାମପୁରଗଡ, ବିଦ୍ୟାଧରପୁର, ପରଜାପଡା, ରାୟଖଣ୍‌ଡି, ମହୁରା ଓ କେତକିପାଟଣା ଗ୍ରାମ ପଞ୍ଚାୟତର ଲୋକମାନେ ଏହି ସୁବିଧା ନେଇ ପାରିବେ । ଏହି ଟୀକା କେନ୍ଦ୍ର ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଅନୁଷ୍ଠିତ ହେବ ବିଡିଓଶ୍ରୀ ବେହେରା ସୁଚନା ପ୍ରଦାନ କରିଛନ୍ତି ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୫/୨୦୨୧----୬,୧୦

 Sakhigopal News, 30/5/2021

Blog Archive

Popular Posts