Breaking News

ଗୋବରା ମେଇନ୍ ରୋଡ଼ ଏବଂ ଡେଙ୍ଗାପଦର ନୂଆଁସାହି କୁ ମିନି କଣ୍ଟେନମଣ୍ଟ ଜୋନ ଘୋଷଣା

 
ଭଞ୍ଜନଗର- ବେଲଗୁଣ୍ଠା ବ୍ଳକ୍ , ଗୋବରା ପଞ୍ଚାୟତର ଗୋବରା ମେଇନ୍ ରୋଡ୍ ଏବଂ  ଡେଙ୍ଗାପଦର ଗାଁ ର ନୂଆଁସାହି ରୁ କିଛି କରୋନା ପଜେଟିଭ୍ ଚିହ୍ନଟ  ହୋଇଛନ୍ତି ।  ଉଭୟ ଅଞ୍ଚଳକୁ ମିନି କଣ୍ଟେନମଣ୍ଟ ଜୋନ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏ ନେଇ ହସ୍ତଗତ ହୋଇଥିବା ରିପୋର୍ଟ ପ୍ରକାରେ , ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପତ୍ରାଙ୍କ - ୨୮୦୫ ପ୍ରକାରେ , ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । ସୋମବାର ଠାରୁ ଅନିର୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବା ସହ , ପର୍ଯ୍ୟାୟ କ୍ରମେ  ସାନିଟାଇଜ୍ , ଏବଂ ସ୍କ୍ରିନିଂ କରାଯିବ ବୋଲି ସୂଚନା ମିଳିଛି ।  ବେଲଗୁଣ୍ଠା ବ୍ଳକ୍ ର ଏହି ପଞ୍ଚାୟତରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା , ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପାଇଁ ପୁଣି ସତର୍କ ଘଣ୍ଟି ସାବ୍ୟସ୍ତ ହେଇଛି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୩୦/୫/୨୦୨୧---୯,୧୦ Sakhigopal News,30/5/2021

Blog Archive

Popular Posts