Breaking News

ସାକ୍ଷୀଗୋପାଳରେ ବ୍ୟବସାୟୀ ଓ ଲେକମାନେ କୋଭିଡ ଆଇନକୁ ମାନୁନାହାନ୍ତି


 ସାକ୍ଷୀଗୋପାଳ-----  ସାକ୍ଷୀଗୋପାଳରେ ଅନେକ ବ୍ୟବସାୟୀ ମାନେ କୋଭିଡ ଗାଇଡି ଲାଇନିକୁ ପୁରାପୁରି ବେଖାତିରି କରୁଛନ୍ତି । ଏମାନଙ୍କୁ ସତ୍ୟବାଦୀ ପୋଲିସ ଧରୁଛି ଫାଇନି ଆଦାୟ କରୁଛନ୍ତି ଜାଗିଦ କରୁଛନ୍ତି । ମାତ୍ର ସେମାନଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ଯାହାକି ସଟଡାଉନରେ ମଧ୍ୟ ଏମାନେ ଦୋକାନ ଖୋଲିକି ବେପାର କରୁଛନ୍ତି । ଦୋକାନ ଆଗରେ ତାଲା ପକାଇ ପଛ ପଟେ ବେପାର କରିଚାଲିଛନ୍ତି । ବାସୁକେରା ଗ୍ରାମ ସ୍ଥିତ ଏକ ହୋଲସୋର ଦୋକାନରେ ଖୋଲା ଖୋଲି ଭାବେ କୋଭିଡ ଆଇନ ଖିଲାପ କରାଯାଉଛି । ୧୫ରୁ ୨୦ ଜଣ ଗରାଖଏକାଠି ଠିଆ ହୋଇ  ଯେପରି କରୋନା କିଣିବା ପାଇଁ  ଭିଡ ପରିଲକ୍ଷିତ ହୋଇଥିଲା । ସେମାନଙ୍କ ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା କଥା ସମସ୍ତେ ଭୁଲି ଯାଇଥିଲେ  ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୫/୨୦୨୧----୮,୪୦, Sakhigopal News, 24/5/2021

Blog Archive

Popular Posts