ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ସାନଭାଇଙ୍କ ଅକାଳ ବିୟୋଗ ; ଡେଲାଙ୍ଗ ଓ ପିପିଲିରେ ଶୋକର ଛାୟା
ପିପିଲି---- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଅନ୍ୟ ପକ୍ଷେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପରିବାର ଉପରେ କରୋନାର ଆଖି ପଡିଛି । ପ୍ରଥମେ ଅକ୍ଟୋବର ୩ ତାରିଖରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗର ଦୁଃଖ ମନରୁ ନଲିଭୁଣୁ ପିପିଲି ଉପନିର୍ବାଚନର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥି ଅଜିତ ମଙ୍ଗରାଜଙ୍କ ଏପ୍ରିଲ୧୪ ତାରିଖରେ କରୋନାରେ ଆକ୍ରନ୍ତ ହୋଇ ଚିକିତ୍ସା ହେଉଥିବା ସମୟରେ ଅକାଳ ବିୟୋଗ ସମଗ୍ର ଅଂଚଳରେ ଦୁଃଖ ଆଣି ଦେଇଥିଲା । ଆଜି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ସାନଭାଇ ପ୍ରଣୟ ମହାରଥି (୬୪) ବଦୁ ଭାଇ ଭାବେ ପରିଚିତ ଙ୍କ ବିୟୋଗ ସମଗ୍ର ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିକୁ ଶୋକର ଛାୟା ଖେଳିଯାଇଛି । କିଛିଦିନ ତଳେ ପ୍ରଣୟ କୋଭିଡ୍ ପଜେଟିଭ ୍ ଚିହ୍ନଟ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବେଳେ ରବିବାର ଦିନ ଭୋର ରୁ ତାଙ୍କର ଅକାଳ ମୃତ୍ୟୁ ହୋଇଥିବା ଖବର ଜଣା ପଡିଥିଲା । ସେ ଜଣେ ପରୋପକାରୀ ,ମିଷ୍ଟାଭାଷି ,ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳି ର ୭ଥର ବିଧାୟକ ପ୍ରଦୀପ ମହାରଥିଙ୍କ ସାନଭାଇ ଥିଲେ । ତାଙ୍କ ବିୟୋଗରେ ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ ,ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈାରାଗୀ ଜେନା ,ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ,ଯୁବ ବିଜେଡି ପୁରୀ ଜିଲ୍ଲା ସଭାପତି ନାରାୟଣ ସ୍ୱାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ସଦାଶିବ ଦାଶ,ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ,କଣ୍ଟି ସରପଞ୍ଚ ପ୍ରକାସ ଧଳ ,ଡେଲାଙ୍ଗ ବ୍ଲକ ବିଜେଡି ମହିଳାନେତ୍ରୀ ବାସନ୍ତି ସାହୁ,ପିପିଲି ବ୍ଲକ ବିଜେଡି ନେତ୍ରୀ ଜୋସ୍ନାରାଣି ପୁଷ୍ଟି ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର, ୩୦/୫/୨୦୨୧---୬,୪୫
Sakhigopal News, 30/5/2021