ବନ୍ୟା ପିଡିତ ପରିବାରଙ୍କୁ ସାହାର୍ଯ୍ୟର ହାତ ବଡାଇଲା ଗରିବର ସାଥୀ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ବଳପୁର ଗ୍ରାମରେ ଗଡି ଉଠିଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବର ସାଥୀ ଏବେ ବାଲେଶ୍ୱର ଜିଲ୍ଲାର ଲୁଣାପାଇ ଓ ନନ୍ଦଚକ ଗ୍ରାମରେ ବନ୍ୟାପୀଡିତ ପରିବାରଙ୍କୁ ସହଯୋଗର ହାତ ବଡାଇଛି । ଅନୁଷ୍ଠାନର ସଭାପତି ସନ୍ଦୀପ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ୩ଶହ ବନ୍ୟା ପୀଡିତ ପରିବାର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଘରକୁ ଘର ବୁଲି ଚୁଡା, ଚିନି, ମହମବତୀ, ଡିଆସିଲି ,ସାବୁନ ଆଦି ପ୍ରଦାନ କରିବା ସହ କରୋନା ସଚେତନତା ବାର୍ତ୍ତା ପ୍ରଚାର କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୫/୨୦୨୧----୮,୫୦