Breaking News

ମହାମାରୀ କରୋନା ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ ସଂଗ୍ରାମ

ଡେଲାଙ୍ଗ ---- ଯୁବ ସାମ୍ବାଦିକ କୋଣାର୍କର ସମୟର ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର କରୋନା ଯୁଦ୍ଧରେ ହାରିଯାଇଛନ୍ତି । ଏହି ଯୁଦ୍ଧରେ ଅନେକ ସାମ୍ବାଦିକ ମାନେ ଲଢ଼େଇରେ ହାରି ଗଲେଣି । ସଂଗ୍ରାମଙ୍କ ପାଇଁ ପୁରୀ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ମାତ୍ର କିଛି ଲାଭ ହେଲାନାହିଁ ।  ତାଙ୍କୁ ଏ ଲଢ଼େଇରୁ ରକ୍ଷା କରି ପାରିଲୁନାହିଁ । ସଂଗ୍ରାମ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ କୋଣାର୍କ, ତାପରେ ପୁରୀ ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ଅକ୍ସିଜେନ ଲେବୁଲ କମିବାରୁ ଭୁବନେଶ୍ୱର ସ୍ପର୍ଶ ମେଡିକାଲରେ ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ । ରବିବାର ରାତିରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତୁରନ୍ତ ଭେଣ୍ଟିଲେଟରକୁ ନିଆଯାଇଥିଲା । କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।  ଏହି ଖବର ପ୍ରସାରିତ ହେବା ପରେ ଡେଲାଙ୍ଗ ପ୍ରେସକ୍ଳବ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।  ପ୍ରକାଶ ଥାଉକି ସଂଗ୍ରାମ ହେଉଛନ୍ତି ପୁରୀ ଜିଲ୍ଲା  ପେସାଦାର ସାମ୍ବାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୁଅ ଅଟନ୍ତି । ତାଙ୍କ ମୃତ୍ୟୁ ଖବର ପାଇବା ପରେ  ଧୀରେନ୍ଦ୍ର ସେନାପତି ବିଜୟ ମିଶ୍ର, ସନ୍ତୋଷ ପଟ୍ଟନାୟକ, ବିଜୟ ମହାପାତ୍ର, ଦୀପକ ମିଶ୍ର,  ଅନିମା ମିଶ୍ର, ଦିଲୀପ ଧାଉଡିଆ, ଗୀତାରାଣି ରଣଜିତ, ତୁଷାରକାନ୍ତ ନାୟକ, ପୂର୍ଣ୍ଣାନନ୍ଦ ତ୍ରିପାଠୀ , ଗଗନ ଖଟୋଇ, ନିରଞ୍ଜନ ନାୟକ, ହିମାଂଶୁ ମହାପାତ୍ର, ଶୁଭଲକ୍ଷ୍ମୀ ସେନାପତି, ସିଦ୍ଧାର୍ଥ ବଳବନ୍ତରାୟ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୫/୨୦୨୧----୮,୫୦  Sakhigopal News ,24/5/2021

 

Blog Archive

Popular Posts