ସତ୍ୟବାଦୀରେ ୟସ ବାତ୍ୟାର ପ୍ରଭାବ ସେପରି କିଛି ନଥିଲା
ସାକ୍ଷୀଗୋପାଳ------- ସତ୍ୟବାଦୀ ବ୍ଳକରେ ୟସକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଥିଲେ । ମାତ୍ର ସେପରି ପ୍ରଭାବ ସତ୍ୟବାଦୀ ବ୍ଳକରେ ପଡିନାହିଁ । ମାତ୍ର ବର୍ଷା ସାଙ୍ଗକୁ ପବନ ବୋହିଥିଲା । ମାତ୍ର କୌଣସି ଯାଗାରେ ସେପରି କିଛି କ୍ଷୟକ୍ଷତି ହୋଇନଥିବା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକର ୨୪ଟି ଗ୍ରାମ ପଞ୍ଚାୟତର ୬୩ଟି ସ୍ଥାନରେ ୨୦୫୨ ଜଣଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଣାଯାଇଥିଲା । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଏ ସମ୍ପର୍କରେ ବିଡିଓ ଶ୍ରୀ ବେହେରା ଓ ସ୍ଥାନୀୟ ସରପଞ୍ଚ ସମିତିସଭ୍ୟସଭ୍ୟା ମାନଙ୍କ ସହ ଲୋକମାନଙ୍କର ଯେପରି ଅସୁବିଧାନହୁଏ ସେଥିପ୍ରତି ସଜାଗ ରହିବାକୁ ନିବେଦନ କରିଥିଲେ ।ଆଜି ମଧ୍ୟାହ୍ନ ଭୋଜନ ପରେ ସେମାନଙ୍କୁ ନିଜ ନିଜ ଘରକୁ ପଳାଇ ଯିବା ପାଇଁ ବିଡିଓ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବିଶେଷ କରି ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା , ତହସିଲ, ଥାନା ଓ କୃଷି ବିଭାଗର କର୍ମଚାରୀ ମାନେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୧---୮,୩୦