ଏଣିକି ରାଜସ୍ୱରଥ ମାଧ୍ୟମରେ ଘରେଘରେ ପହଁଚିବ ଜମିପଟ୍ଟା
ଜଟଣୀ----ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲୋକମାନଙ୍କୁ ଲକଡାଉନ ଓ ସଟଡାଉନ ମାଧ୍ୟମରେ ଘରେ ସୁରକ୍ଷୀତ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି । ତେଣୁ ସେହିକ୍ରମରେ ଲୋକମାନଙ୍କଲାଗି ବିଭିନ୍ନ ସୁବିଧା ସୁଯୋଗ ହାତପାହନ୍ତରେ ଉପଲବ୍ଧ କରାଉଛନ୍ତି । ଏହିକ୍ରମରେ ସୋମବାର ଜଟଣୀ ତହସିଲ ପକ୍ଷରୁ ରାଜସ୍ୱ ରଥ ମାଧ୍ୟମରେ ଲୋକମାନଙ୍କ ଘରେ ଜମିପଟ୍ଟା,ସାର୍ଟିଫିକେଟ ଇତ୍ୟାଦି ପହଁଚାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ତହସିଲ କାର୍ଯ୍ୟାଳୟର ସ୍ୱତନ୍ତ୍ର ଗାଡିକୁ “ରାଜସ୍ୱ ରଥ‘ଭାବେ ସୁସ୍ୱଜିତ କରାଯାଇଥିଲା । ଜିଲା ପ୍ରଶାସନର ନିର୍ଦ୍ଧେଶକ୍ରମେ ଜଟଣୀର ପାଇଲଟ ତହସିଲ ଅଧିନରେଥିବା ୯ଟି ରାଜସ୍ୱଗ୍ରାମରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଜିଂକରଣ କରିଥିବା ଲୋକମାନଙ୍କୁ ସେମାନଙ୍କ ନିକଟରେ ତହସିଲ ଅଧିନସ୍ଥ ସମସ୍ତ ବ୍ୟବସ୍ଥା ପହଁଚାଇଦିଆଯିବ ବୋଲି ତହସିଲଦାର ତପନ କୁମାର ମହାପାତ୍ର କହିଛନ୍ତି । ଏହି ରାଜସ୍ୱ ରଥକୁ ତହସିଲ କାର୍ଯ୍ୟାଳୟ ସମୁଖରେ ସୋମବାର ମଧ୍ୟାହ୍ନରେ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ଅବସରରେ ୧୦୦ଟି ଜମିପଟ୍ଟା ଜଟଣୀ ତହସିଲ ଅଧିନସ୍ଥ ପ୍ରଧାନସାହୀ ପଞ୍ଚାୟତରେ ବଣ୍ଟନ କରାଯାଇଥିଲା । ଜମିପଟ୍ଟା ପାଇବାଲାଗି ମାସମାସ ବିତିଯାଉଥିବା ବେଳେ କାର୍ଯ୍ୟାଳୟକୁ ଆସିଲେ ଦିନସାରା ଅପେକ୍ଷା କରିବାକୁ ପଡିଥାଏ । ତେବେ ଏଭଳି ମହାମାରୀ ବିପତି ସମୟରେ ଆବେଦନକାରୀଙ୍କ ଘରେ ସରକାରୀ କର୍ମଚାରୀ ସେବା ଯୋଗାଇଦେଉଥିବା ଏହା ନିଶ୍ଚିନ୍ତ ସରକାରଙ୍କ ପ୍ରଶଂସନିୟ କାର୍ଯ୍ୟ ବୋଲି କହିଛନ୍ତି । ଏହି ସେବା କେବଳ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କରାଯାଇଥିବା ତହସିଲଦାର କହିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରା, ୩୧/୫/୨୦୨୧—୧୦, ୨୫
Sakhigopal News, 31/5/2021