Breaking News

ମୁଜାଗଡରେ ଗରୀବ ଓ ଅସହାୟ ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ




ଭଞ୍ଜନଗର-- ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖଙ୍କ ପରାମର୍ଶ କ୍ରମେ , ଭଂଜନଗର ବ୍ଳକର ମୁଜାଗଡ  ପଞ୍ଚାୟତ ର ଗରୀବ ଓ ଅସହାୟ ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ରାସନ୍ କାର୍ଡ ତଥା ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଂଚିତ ଗରିବ ଲୋକଙ୍କୁ ଏହି ସାମଗ୍ରୀ  ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବ୍ଳକ ବିଜେଡି ସଭାପତି  ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ମୁଜାଗଡ ପୂର୍ବତନ ସରପଞ୍ଚ  ଶରତ ଚନ୍ଦ୍ର ପ୍ରଧାନ , ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ତଥା ମୁଜାଗଡ ପଞ୍ଚାୟତ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ଆରୁଖ ଙ୍କ ଏଭଳି ପରିକଳ୍ପନା ଓ ଗରୀବ ଲୋକଙ୍କୁ ସାହଯ୍ୟ ଓ ସହଯୋଗ ଯୋଗାଇ ଦେଉଥିବାରୁ ସ୍ଥାନୀୟ ଅଞ୍ଚଳର ଗରୀବ ଓ ଅସହାୟ ବ୍ୟକ୍ତି ମାନେ ଖୁସି ପ୍ରକାଶ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୩୧/୫/୨୦୨୧ ,  ୧୧,୩୦  Sakhigopal News,31/5/2021

Blog Archive

Popular Posts