Breaking News

ପଦ୍ମପୁର ସବ-ଜେଲ ରେ ୮୩ ଜଣ ଅନ୍ତେବାସୀ କୋଭିଡ ପଜେଟିଭ


 ବରଗଡ଼  ----  ରାଜ୍ୟ ରେ ବର୍ତ୍ତମାନ ଦିନକୁ  ଦିନ କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାକୁ ଲାଗୁଛି । ବର୍ତ୍ତମାନ ପଦ୍ମପୁର ସବ-ଜେଲ ରେ ୮୩ ଜଣ ଅନ୍ତେବାସୀ ଙ୍କୁ କୋଭିଡ ଟେଷ୍ଟ ପଜେଟିଭ ବାହାରିଥିବା ବେଳେ ଉଭୟ ପ୍ରଶାସନ ଏବଂ ଜନ ସାଧାରଣ ଙ୍କ ଚିନ୍ତା ବଢ଼ିଯାଇଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଙ୍କ ସୁଚନା ଅନୁଯାୟୀ ଗତ କାଲି ସବ-ଜେଲ ରେ ୧୨୪ ଜଣ ଅନ୍ତେବାସୀ ଙ୍କ ସହ ୮ ଜଣ ଷ୍ଟାପ ଙ୍କର କୋଭିଡ ପରିକ୍ଷା କରାଯାଇ ଥିଲା । ସେମାନଙ୍କ ମଧ୍ୟରୁ ୮୩ ଜଣ ଅନ୍ତେବାସୀ ଙ୍କର ରିପୋର୍ଟ ପଜେଟିଭ ଆସିଥିଲା ।  ଅନ୍ୟ ପଟେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ଜଣଙ୍କ ଅକ୍ସିଜେନ ଲଗାଯାଇଥିଲା । କିନ୍ତୁ ବର୍ତ୍ତମାନର ସ୍ୱାସ୍ଥ୍ୟ ବସ୍ଥା ଠିକ ଥିବା ସୁଚନା ମିଳିଛି । ଅନୁଧ୍ୟାନ ପାଇଁ ନୂତନ ଭାବେ ଯୋଗଦେଇଥିବା ପଦ୍ମପୁର ଉପଜିଲ୍ଲାପାଳ  ତ୍ରିଲୋଚନ ପାତ୍ର, ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ତହସିଲ ସାହୁ ପ୍ରମୁଖ ଯାଇ ଉପକାରଗାର ରେ ପହଞ୍ଚି ଅନ୍ତେବାସୀ ଙ୍କ ଭଲମନ୍ଦ କଥା ବୁଝିଥିବା ଜଣାପଡିଛି ।

ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ  ସାକ୍ଷୀ ଗୋପାଳ ନିଉଜ୍....

Blog Archive

Popular Posts