ହୃଦଘାତରେ ଶିକ୍ଷୟତ୍ରୀଙ୍କର ମୃତ୍ୟୁ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାମବରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ବାରିକଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ସୁଚନାଯୋଗ୍ୟ ଯେ ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ଏହି ଖବର ପ୍ରସାରିତ ହେବାପରେ ସତ୍ୟବାଦୀ ଶିକ୍ଷକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ସତ୍ୟବାଦୀ ଶିକ୍ଷକ ସଂଗଠନ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୫/୨୦୨୧----୮,୪୦