Breaking News

ମାଙ୍କେଡା ପଥର ଗାଡି ଜବତ

 ସାକ୍ଷୀଗୋପାଳ ------ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ କୃଷ୍ଣଚନ୍ଦ୍ର ଦାସ ଏକ ଟିମ ନେଇ  ଡ୍ୟୁଟି କରୁଥିବା ସମୟରେ ଏକ ଚୋରା ପଥର ଗାଡି ଜବତ କରିଛନ୍ତି । ଗାଡିନଂ ଓଡି, ୧୫ ସି--- ୦୩୯୦ ବୋଲି ଜଣାପଡିଛି । ଗାଡିଟିକୁ ଅଟକାଇ କାଗଜ ପତ୍ର ତନ୍ନଖି କରିବା ସମୟରେ ଗାଡି ଚାଳକ ପଥରର କାଗଜ ପତ୍ର ଦେଖାଇ ପାରିନଥିଲେ । ଏଏସଆଇ ଶ୍ରୀ ଦାସଙ୍କ ଅଭିଯୋଗ କ୍ରମେ ସତ୍ୟବାସୀ ଥାନାରେ ଏକ କେସରୁଜ କରାଯାଇ  ଜଙ୍କିଆର ଶିଶିର କୁମାର ଦେହୁରୀ ଗାଡି ଚାଳକଙ୍କୁ ଗିରଫ କରାଯାଇଥିବା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୧---୮,୩୦

Sakhigopal News, 26/5/2021

Blog Archive

Popular Posts