Breaking News

ସତ୍ୟବାଦୀରେ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ

 ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ  ୟାସ ବାତ୍ୟା ତାର ଏବେ ଠାରୁ ରୂପ ଦେଖାଇଲାଣି । ଲୋକମାନେ ଭୟଭୀତ ଅବସ୍ଥାରେ ରହିଲେଣି । ବିଦ୍ୟୁତ ସରବରାହ ବନ୍ଦ ରହିଛି । ୟାସ ବାତ୍ୟାକୁ ନେଇ ସତ୍ୟବାଦୀ ବ୍ଳକ ପ୍ରଶାସନ ସଜାଗ ରହିଛି । ବିଭିନ୍ନ ପଞ୍ଚାୟତରୁ ପ୍ରାୟ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆ ଗଲାଣି  ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସେହିପରି ବିଡିଓ  ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତ କରି ସ୍ୱେଚ୍ଛାସେବୀ,  ଯୁବକ ସଂଗଠନ, କ୍ଳବ, ଗ୍ରାମବାସୀ ମାନଙ୍କୁ ଏ ବିପଦ ସମୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରୁଥିବାର ଦେଖାଯାଇଛି । ରାସ୍ତା ଉପରେ ଗଉ ଉପୁଡିପଡିଲେ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ସହ ବ୍ଳକ ପ୍ରଶାସନକୁ ଜଣାଇବା ପାଇଁ କହିଛନ୍ତି । ଏବଂ ରାସ୍ତା ବା ଘର ଉପରେ ପଡିଥିବା ଗଛ ଗୁଡିକୁ କଟାଯିବ ସେ ଦିଗପ୍ରତି ନଜର ରଖିବାକୁ ଯୁବକ ଓ ଗ୍ରାମବାସୀ ମାନଙ୍କୁ ବିଡିଓ ଶ୍ରୀ ବେହେରା କରିଛନ୍ତି ।  ବିଦ୍ୟୁତ ତାର ଉପରେ ପଡିଥିବା ଗଛକୁ କେହି ହାତ ନ ମାରି ତୁରନ୍ତ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଗଛ କାଟିବାକୁ ବିଡିଓ କହିଛନ୍ତି । ବର୍ଷା ପବନ ସମୟରେ କେହି ଘରୁ ବାହାରକୁ ନ ବାହାରିବା ପାଇଁ  କହିଛନ୍ତି । ଏଥିପ୍ରତି ଯୁବକ ମାନେ ନଜର ଦେବାକୁ ବିଡିଓ କହିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୫/୨୦୨୧---୭,୫୮


Blog Archive

Popular Posts