Breaking News

ଡେଲାଙ୍ଗରେ ଶତ ପ୍ରତିଶତ ଟୀକା କରଣ

 ଡେଲାଙ୍ଗ -----  ଡେଲାଙ୍ଗ ବ୍ଳକରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପ୍ରଥମ ଡୋଜ ପାଇଁ ୫ଶହ ଟୀକା ଆସିଥିଲା । ଲୋକମାନଙ୍କ ଆଗ୍ରହଯୋଗୁ ଶତ ପ୍ରତିଶତ ଟୀକା କରଣ ହୋଇ ପାରିଛି ବୋଲି ମେଡିକାଲର ବିପିଏମ ଦିଲୀପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି । ସରକାରୀ ବାଲିକା  ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୨୦୦ ଜଣ  ,ହରିରାଜପୁର ସେମାନାଥ  ବିଦ୍ୟାପୀଠ ୧ଶହଜଣ ,ଗୁଆଳିପଡା ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପରେ ୧ଶହ ଜଣ ସେହିପରି ଅଭୟମୁଖୀ ଗ୍ରାମ ପଞ୍ଚାୟତର ଇନ୍ଦିପୁର ଏମ.ଇ ସ୍କୁଲରେ ୧ଶହ ଜଣଙ୍କୁ ଟୀକା କରଣ କରାଯାଇଛି । କାହାରି କିଛି ପାଶ୍ୱପ୍ରତିକିୟା ଦେଖା ଯାଇନଥିବା ଜଣାପଡିଛି ବୋଲି ଶ୍ରୀ ପରିଡା କହିଛନ୍ତି ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୫/୨୦୨୧----୮,୫୦

Blog Archive

Popular Posts