ନାଗ-ନାଗୁଣୀ ମିଳନ ଦୃଶ୍ୟ ଭିଡିଓ ଏବେ ପୁଣି ଭାଇରାଲ ହେଉଛି
ଭଞ୍ଜନଗର-- ନିର୍ଦ୍ଧିଷ୍ଟ ଋତୁ ଆସିଲେ ପଶୁ - ପକ୍ଷୀ ଙ୍କ ମିଳନ ହୋଇଥାଏ । ସେହି କ୍ରମରେ ବର୍ତ୍ତମାନ ସମୟରେ ଶରୀଶୃପ ଅଥବା ସାପ ଙ୍କ ଏବେ ମିଳନ ହୋଇଥାଏ । କେତେକ ସ୍ଥାନରେ ଏହାଙ୍କ ମିଳନ ଅବସ୍ଥା କେହି ଦେଖିପାରନ୍ତି ନାହିଁ , ଏବଂ ଆଉ କେତେକ ସ୍ଥାନରେ ଏହା ସର୍ବସାଧାରଣ ରେ ଦୃଶ୍ୟମାନ ହୋଇଥାଏ । ବିଶେଷ କରି ନାଗ ଏବଂ ନାଗଣୀ ଙ୍କ ମଧ୍ୟରେ ମିଳନ ଦୃଶ୍ୟ ଗ୍ରାମାଞ୍ଚଳରେ କ୍ଵଚିତ ଦେଖିବାକୁ ମିଳିଥାଏ । ଏମିତି ଏକ ଦୃଶ୍ୟ ଗାୟାଗଣ୍ଡା ଗାଁ ନିକଟ ନାସଖାଇ ମନ୍ଦିର ନିକଟରେ ଲୋକ ଲୋଚନକୁ ଆସିଛି । ନାଗ-ନାଗଣୀ ଙ୍କ ମିଳନ ଦୃଶ୍ୟ କୁ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଦେଖିଥିଲେ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଛି । ଏବେ ବି ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ବିଶ୍ବାସ ରହିଛି ନାଗ-ନାଗୁଣୀ ଖେଳିବା ସମୟରେ ନୂଆଁ ଲୁଗା ପକାଇଲେ ଏବଂ ତା ଉପରେ ନାଗ-ନାଗୁଣୀ ମିଳନ ହେଲେ , ପରବର୍ତ୍ତୀ ସମୟରେ ସେହି ଲୁଗା କୁ ସାଥିରେ ନେଇ ଯେକୌଣସି କାର୍ଯ୍ୟ କଲେ କିମ୍ବା ଯାତ୍ରା କଲେ ଶୁଭଫଳ ପ୍ରଦାନ କରିଥାଏ । ତେଣୁ ନାଗ-ନାଗୁଣୀ ଙ୍କ ଏଭଳି ମିଳନ ସମୟ କୁ ଗ୍ରାମାଞ୍ଚଳର ଅନେକ ଲୋକ ଅପେକ୍ଷା କରିଥାନ୍ତି ଏବଂ ସେହି ସମୟରେ ନୂଆଁ ଲୁଗା ପକାଇବାକୁ ଅପେକ୍ଷା କରିଥାନ୍ତି । ଅନ୍ୟପକ୍ଷରେ ବିଶେଷଜ୍ଞ ଙ୍କ ମତରେ ପ୍ରତ୍ୟେକ ପ୍ରାଣୀ ଙ୍କ ଭଳି , ବର୍ଷ ର ନିର୍ଦ୍ଧିଷ୍ଟ ଋତୁ ରେ ଏହି ପ୍ରଜାତି ର ଶରୀଶୃପ ଙ୍କ ମିଳନ ହୋଇଥାଏ । ଏବଂ ଏହା ଏକ କ୍ରମାନ୍ବୟ ପ୍ରକ୍ରିୟା ।
ଭଞ୍ଜନଗରରୁ ରବିନ୍ଦ୍ରପ୍ରଧାନ,୨୬/୫/୨୦୨୧-୯,୦୦ Sakhigopal News,26/5/2021