Breaking News

ଜଟଣୀରେ ସଟଡାଉନ ଆଇନକୁ ଫୁ; ଆମିଷ ବଜାର ଖୁଲମଖୁଲାରେ ଚାଲିଛି


 ଜଟଣୀ-----ମହାମାରୀ କରୋନା ସଂକ୍ରମଣ ଖୋର୍ଦ୍ଧାଜିଲାରେ ସାମାନ୍ୟ କମିଥିବା ବେଳେ ତଥାପି ପରିସ୍ଥିତି ଉଦବେଗଜନକ ରହିଛି । ସରକାର ଲକଡାଉନ ଅବଧୀ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଅବଧି ବଡିଲା ।  ଜଟଣୀରେ ଯେପରି କରୋନାର କୈାଣସି ପ୍ରଭାବ ନଥିବା ଦେଖିବାକୁ ମିଳୁଛି । ଅତ୍ୟାବଶ୍ୟକ ତଥା ଔଷଧ ଦୋକାନ, ଗ୍ରୋସରୀ ଦୋକାନ,ପନିପରିବା ଓ ଗାଡିମରାମତି ଦୋକାନ ପ୍ରଭୃତିକୁ ବାଦଦେଲେ ଅନ୍ୟସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଧେଶ ଜାରି କରାଯାଇଛି । ମାତ୍ର ଏହାକୁ ଅନେକ ବ୍ୟବସାୟୀ ଖୋଲାଖୋଲିଭାବେ ଉଲଘଂନ କରୁଥିବା ଦେଖିବାକୁ ମିଳୁଛି । ବ୍ୟବସାୟୀମାନେ ଲୁଚାଛପାରେ ଯେତିକି ବ୍ୟବସାୟକରି ଜନସମାଗମ କରୁଛନ୍ତି । ଏହାକୁ ଦେଖି କିଛି ବ୍ୟବସାୟ ମାନେ ଖୋଲାଖୋଲି ଭାବେ ବେପାର କରୁଛନ୍ତି । ଏପରିକି ବ୍ୟବସାୟ ପ୍ରତିଷ୍ଠାନ ଲକଡାଉନ ଓ ସଟଡାଉନ ଅବଧୀ ସମୟରେ ଖୋଲି ତଣ୍ଡ ଗଣୁଛନ୍ତି । ହେଲେ ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛନ୍ତି । ଫଳରେ ଲୋକମାନେ କିଣାବିକା ଉଦ୍ୟେଶ୍ୟରେ ଲୁଚିଛପି ପଦାକୁ ଆସୁଛନ୍ତି । ଜିଲା ପ୍ରଶାସନର ନିର୍ଦ୍ଧେଶକ୍ରମେ ପୁଲିସ,ତହସିଲଦାର,ବିଡିଓ ଏବଂ ପୈାରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟବସାୟୀ ମାନଙ୍କଠାରୁ ଜୋରିମାନା ଆଦାୟ କରିବା ସହିତ ଆଉ କେତେକ ଦୋକାନ ମଧ୍ୟ ସିଲ କରାଯାଉଛି ।   ଶନିବାର ଓ ରବିବାର ସାପ୍ତାହନ୍ତ ସଟଡାଉନ ହୋଇଥିବା ବେଳେ ଅନ୍ୟଦିନ ଅପେକ୍ଷା ଜଟଣୀ ସହରର ହରିଭାଇନାଛକ,ରାଜାବଜାର, ହାଟବଜାର ଓ ବସ୍ତି ଅଞ୍ଚଳଗୁଡିକରେ ଲୋକମାନଙ୍କ ଭିଡ ବେଶି ଦେଖିବାକୁ ମିଳୁଛି । ଯାନବାହନ ଓ ପଥଚାରୀମାନଙ୍କ ଯାତାୟତ ଲାଗି ରହୁଛି । ହେଲେ ପ୍ରଶାସନିକ ଅଧିକାରୀମାନେ କାଁଭାଁ ଧରପଗଡ କରୁଛନ୍ତି । ଯଦି ଧରପଗଡ ଯୋରଦାର ହୁଅନ୍ତା ତେବେ ଏତେ ମାତ୍ରାରେ ଲୋକମାନେ କିପରି ପଦାରେ ବୁଲୁଛନ୍ତି ବୋଲି ଜଟଣୀର କେତେକ ସ୍ୱେଛାସେବୀ ସଂଗଠନ ପକ୍ଷରୁ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ରବିବାର ଆମିଷବାର ହୋଇଥିବାରୁ ଆମିଷ ବ୍ୟବସାୟୀମାନେ ବିଭିନ୍ନ ଗଳିକନ୍ଦିରେ ବ୍ୟବସାୟ କରୁଛନ୍ତି । ସେଠାରେ ଗ୍ରାହକମାନେ ଯାଇ କିଣାକିଣି କରୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ପୁର୍ବାହ୍ନରେ ସ୍ଥାନୀୟ ଗଜପତି ନଗରରେ ଜଣେ ଆମିଷ ବ୍ୟବସାୟୀ ନିଜ ଘର ନିକଟରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ପୈାରପରିଷଦ ପକ୍ଷରୁ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଥିଲା । ମାତ୍ର ବ୍ୟବସାୟୀ ଜଣଙ୍କ ପୁଣି ବ୍ୟବସାୟ ଆରମ୍ଭ କରିବାପରେ ଖବରପାଇ ପୁଲିସ ଚଢାଉ କରିଥିଲା । ଉକ୍ତ ବ୍ୟବସାୟୀ ଜଣଙ୍କ ପୁନଃ ପୁଲିସକୁ ଜୋରିମାନା ଦେଇଥିଲେ ।  ତେବେ ବାରମ୍ବାର ଜୋରିମାନା ଦେଇ ମଧ୍ୟ ନିଶେଦ୍ଧଥିବା ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯାଉଛି । ତେଣୁ ଏହାକୁ ଦୃଷ୍ଟିଦେଇ ପ୍ରଶାସନ ସଂକ୍ରମଣକୁ ରୋକିବାଲାଗି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ଜଟଣୀ ନାଗରୀକ କମିଟି ପକ୍ଷରୁ ନିବେଦନ କରାଯାଇଛି ।  

 ଜଟଣୀରୁ ରଙ୍ଗନାଥ ବେହେରା, ୩୦/୫/୨୦୨୧—୭,୪୫ 

 Sakhigopal News, 30/5/2021


Blog Archive

Popular Posts