ସତ୍ୟବାଦୀରେ କୋଭିଡ କଟକଣାକୁ ଗ୍ରାମଞ୍ଚଳରେ କେହି ମାନୁ ନାହାନ୍ତି; ସଂକ୍ରମଣ ବୃଦ୍ଧି ପାଉଛି , ଆଗାମୀ ଦିନରେ ହର୍ଟସ୍ପର୍ଟ ହେବାର ଆଶଙ୍କା
ସାକ୍ଷୀଗୋପା,---- ରାଜ୍ୟରେ ଦ୍ୱତୀୟ ଲହର କରୋନା ସଂକ୍ରମଣ ବ୍ୟପିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଠାରୁ ଜିଲ୍ଲା ପ୍ରଶାସନ ଚିନ୍ତିତ । ମାତ୍ର ଗ୍ରାମଞ୍ଚଳରେ ଜନସାଧାରଣ କେହି ମାନୁ ନଥିବା ଜଣାପଡିଛି । ବିଶେଷ କରି କୋଭିଡ କଟକଣାକୁ ସହର ମାନଙ୍କରେ କଡାକଡି ପାଳନ କରାଯାଉଛି । ମାତ୍ର ଗ୍ରାମଞ୍ଚଳରେ ଏହାର ପ୍ରଭାବ ସେପରି ଦେଖିବାକୁ ମିଳୁନାହିଁ । ହାଟ, ବଜାର ଓ ଛକ ମାନଙ୍କରେ ଜନଗହଳି ନ କରିବାକୁ ସରକାରଙ୍କ ଠାରୁ ବ୍ଳକ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର କରୁଛନ୍ତି । ସତ୍ୟବାଦୀ ପ୍ରଶାସନ ପକ୍ଷରୁ କୋଭିଡ ଅମାନିଆଙ୍କୁ ଧରପଗଡ କରି ଚରିମାନା ଆଦାୟ କରାଯାଉଛି । ମାତ୍ର ଗ୍ରାମଞ୍ଚଳରେ କେତେକ ଅମାନିଆ କୌଣସି କଥାକୁ ଖାତିର କରୁନାହାନ୍ତି । ସତ୍ୟବାଦୀରେ ଦ୍ୱତୀୟ ଲହର କରୋନାରେ ପ୍ରାୟ ୨୨୦ରୁ ଅଧିକ ବ୍ୟକ୍ତି ବିଶେଷ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ବେଳେସେମାନଙ୍କ ମଧ୍ୟରୁ କେତେଜଣ ଆରପାରିକୁ ଚାଲିଗଲେଣି । ଆସନ୍ତା ୩ ସପ୍ତାହ ଦ୍ୱତୀୟ କରୋନା ଲହର ଦୃତି ଗତିରେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ, ରାଜ୍ୟ ସରକାର କହୁଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ତାଲାବନ୍ଦ କରିବାପାଇଁ ନିସ୍ପତି ନେଇଛନ୍ତି । କେତକିପାଟଣା, ମହୁରା, ପାଣିଛତ୍ର, ଗବକୁଣ୍ଡ, ଚିଲପାଟଣା, ସୁଆଣ୍ଡୋ ବିଜ୍ର ଛକ, ହରିଆବୁଡା ଛକ, ସାରଙ୍ଗଯୋଡି, କାଦୁଆଛକ, ବ୍ଳକଛକ, ବୀରଗୋବିନ୍ଦପୁର ଛକ, ଅଳଗୁମ, ବନପୁରଛକ, ଶୁକଳ ବଜାର, ଉନ୍ଦିପୁର ବଜାର ଆଦି ବଜାର ଓ ଛକ ଗୁଡିକରେ ଅମାନିଆ ମାନେ କିଛି ମାନିବେ ନାହିଁ । ଯାହା ଫଳରେକି ସେମାନଙ୍କ ଦ୍ୱାରା କରାଯାଇଥିବା ଜନଗହଳିକୁ ରୋକା ନ ଗଲେ ଭବିଷ୍ୟତରେ ସତ୍ୟବାଦୀରେ କରୋନା ହର୍ଟସ୍ପର୍ଟ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୧----୭,୨୦
Sakhigopal News,3/5/2021
Sakhigopal News,3/5/2021