Breaking News

କର୍କଟ ପୀଡ଼ିତା ଙ୍କୁ ସହଯୋଗର ହାତ ବଡାଇଲା ସ୍ୱେସ୍ଥାସେବୀ ଅନୁଷ୍ଠାନ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ



କୁଜଙ୍ଗ------   କୁଜଙ୍ଗ ବ୍ଲକ ଅଧିନ ଗୋପିଆକୁଦ ପଞ୍ଚାୟତ ବରିହା ଗ୍ରାମ ୧୮ ନମ୍ବର ୱାର୍ଡର ବାସିନ୍ଦା  ଭାନୁ ପରିିଡା । ଅନେକ ଦିନ ହେବ ସେ କର୍କଟ ରୋଗରେ ଚିକିତ୍ସା ହୋୋଇଛନ୍ତି।   ସହା ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏହି ଖବର ପାଇ  ଜଗତସିଂହପୁର ଜ଼ିଲ୍ଲାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ  ସହଯୋଗର ହାତ ବଢାଇଛନ୍ତି । ସୂଚନା ଯୋଗ୍ୟ କି, ଭାନୁ ଛଅ ମାସ ଧରି କର୍କଟ ରୋଗର ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସ୍ୱାମୀ ସୁରଥ ପରିଡା ଜଣେ ଦିନ ମଜୁରିଆ ହୋଇଥିବାରୁ ପାଖରେ ସମ୍ବଳ ନାହିଁ ତାଙ୍କର ଚିକିସ୍ଥା କରାଇବା ଲାଗି । ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ଯୁବ ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି,-ସଂଯୋଜକ କୁନେଶ ବାରିକ, ସ୍ୱାଗତ ପ୍ରିତମ ସାହୁ, ସବିତା କୁମାରୀ ମହାପାତ୍ର, ମାନସ କୁମାର ମଲ୍ଲିକ, ଚନ୍ଦ୍ରକାନ୍ତ ଶତପଥୀ ଏବଂ ସଞ୍ଜୟ କୁମାର ବେହେରା ପ୍ରମୁଖ ଭାନୁଙ୍କ ବାସଭବନରେ ପହଞ୍ଚି ତାଙ୍କୁ ୮୦୦୦ ⁶ ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।  କୁଜଙ୍ଗ ରୁ ପ୍ରଳୟ ମହାପାତ୍ର , ୩/୫/୨୦୨୧, ୭,୪୦
Sakhigopal News,3/5/2021

Blog Archive

Popular Posts