ଭାରତ ବିକାଶ ପରିଷଦ ପକ୍ଷରୁ ମାସ୍କ ବଣ୍ଟନ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମୂଳଅଳସା ଗ୍ରାମ ପଞ୍ଚାୟତର ପରହାଟ ଗ୍ରାମରେ ଭାତର ବିକାଶ ପରିଷଦର ସତ୍ୟବାଦୀ ଶାଖା ପକ୍ଷରୁ ମାସ୍କ ବଣ୍ଟନ କରାଯିବା ସହିତ ଦ୍ୱତୀ ଲହର କରୋନା ସଚେତନତା କରାଯାଇଥିଲା । ପରିଷଦର ସମ୍ପାଦକ ନବଘନ ଶତପଥୀ ଓ ପ୍ରାନ୍ତୀୟ ସଂସ୍କାର ସଚ୍ଚିବ ସତ୍ୟବାଦୀ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଜ୍ୟରେ ଯେଉଁପରି ଭାବେ କରୋନା ଭୁତାଣୁ ମାଡି ଚାଲିଛି ତାହା ଏବେ ଭୟଙ୍କର ରୂପ ନେଉଛି ବୋଲି ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡି ଲାଇନ ମାନି ଆମକୁ ଚଳିଲେ କରୋନାକୁ ହରାଇ ପାରିବା ବୋଲି ପରିଷଦର ଉପସଭାପତି ବିଷ୍ଣୁ ମହାରଣା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ସୁଶାନ୍ତ ରଥ ଓ ନୀଳକଣ୍ଠ ବାରିକ, ଦୁଖଃଶ୍ୟାମ ବଲ୍ଲିକ, ଦିବ୍ୟରଞ୍ଜନ ଦାଶ, ତୋଫାନ ବେହେରା, ସନ୍ତୋଷ ବେହେରା, ଶମିଷ୍ଠା, ଶାଶ୍ୱତ, ସ୍ୱାଧୀନ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଷଦର ଏଭଳି କାର୍ଯ୍ୟକ୍ରମ ଗ୍ରାମ ମାନଙ୍କରେ ଆୟୋଜନ କରାଯାଉଥିବାରୁ ସଦସ୍ୟ ମାନଙ୍କୁ ଗ୍ରାମବାସୀ ମାନେ ସାଧୁବାଦ ଜଣାଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୧---୮,୪୫
Sakhigopal News,Dhirendra Senapati,4/5/2021