ପୁର୍ବ ଶ୍ରତୁତାକୁ ନେଇ ମହିଳାଙ୍କୁ ଆକ୍ରମଣ ; ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ରେଳ ଷ୍ଟେସନ କଲୋନୀରେ ରହିଥିବା ଅଞ୍ଜନା ପ୍ରଧାନ (୬୮)ଙ୍କୁ ପୂର୍ବ ଶ୍ରତୁତାକୁ ନେଇ କେଦାର ମହାପାତ୍ର ଓ ତାଙ୍କ ପୁଅ ବାବା ମହାପାତ୍ର ମିଳିତ ଭାବେ ଆକ୍ରମଣ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଅଞ୍ଜନାଙ୍କ ଘର ଆଗରେ କେଦାର ଓ ତାଙ୍କ ପୁଅ ଗାଳିମନ୍ଦ କରୁଥିଲେ । ଅଞ୍ଜନା ଏହାକୁ ବିରୋଧ କରିବାରୁ ତାଙ୍କୁ ଭିଡା ଓଟରା କରିବା ସହ ତାଙ୍କୁ ମାଡ ମାରି ମୁଣ୍ଡ ଫଟୋଇ ଦେଇଥିଲେ । ଅଞ୍ଜନା ରହୁଥିବା ଘରର କବାଟ ଭାଙ୍ଗି ଜିନିଷ ପତ୍ର ଘର ବାହାରକୁ ପିଙ୍ଗା ପିଙ୍ଗି କରିଦେଇଥିବା ନେଇ ଅଞ୍ଜନା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ୧୮୯/୨୧ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୧---୮,୪୫
Sakhigopal News,Dhirendra Senapati,4/5/2021