ବଳପୁର ଗ୍ରାମ ପଞ୍ଚାୟତରେ ଲୋକମାନଙ୍କ ଆଶା ଆଶାରେ ରହିଗଲା
ସାକ୍ଷୀଗେ।।ପଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ ଡାକବାଜି ମାଧ୍ୟମରେ ପ୍ରଚାର କରାଯାଇଥିଲା ଯେ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ୟାସ, ପ୍ରଧାନମନ୍ତ୍ରୀ କିଶାନ ଯୋଜନା, ଭର୍ତ୍ତା, ରାସନ କାର୍ଡ ଆଦି ଯୋଜନାରୁ ଯେଉଁ ମାନେ ବଞ୍ଚିତ ସେମାନେ ପଞ୍ଚାୟତରେ ତୁରନ୍ତ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଥିଲା । ଲୋକମାନେ ଏହି କଥାକୁ ବିଶ୍ୱାସ କରି ନିଜର ଧାନ କଟା କାମ ବନ୍ଦ କରି ପଞ୍ଚାୟତକୁ ଆସିଥିଲେ । ପ୍ରଚାର ଗାଡିରେ କୁହାଯାଇଥିଲା ଯେ ସକାଳ ୧୧ ଘଟିକା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦରଖାସ୍ତ ଗ୍ରହଣ କରାଯିବ । ମାତ୍ର ଲୋକମାନେ କାମଧନ୍ଦା ଛାଡି ଆସିଲେ ମାତ୍ର ପଞ୍ଚାୟତକୁ କେହି ଆସିଲେ ନାହିଁ । ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଜାଣିଲେ ଯେ ଏହା ହେଉଛି ବିରୋଧୀ ଦଳର ନେତା ମାନଙ୍କର ଆଗକୁ ନିର୍ବାଚନକୁ ଆଖି ଅଗାରେ ରଖି ଏପରି ଚାଲ କରାଯାଇଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଆଲେଚନାର ବିସୟ ବସ୍ତୁ ହୋଇଛି । ଏ ସମ୍ପର୍କରେ ପୂର୍ଣ୍ଣଚନ୍ଦ୍ର ବେହେରା, କେଶବ ଭୋଇ, ରମା ଭୋଇ, ଯମୁନା ମୁଦୁଲିଦାମ ବେହେରା,କୃପାସିନ୍ଦୁ ସାହୁ, ପ୍ରକାଶ ସାହୁ ପ୍ରମୁଖ କହନ୍ତି ନିର୍ବାଚନକୁ ଆଖି ଆଗରେ ରଖି ଯେଉଁପରି ଯୋଜନା କରାଯାଉଛି । ତାହ କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ଏହାର ଜବାବ ନିଶ୍ଚୟ ଦିଆଯିବ ବୋଲି କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୪--୮,୧୦ Sakhigopal News, 4/1/2024