Breaking News

ସତ୍ୟବାଦୀର ପେଣ୍ଠପଡା ସରପଞ୍ଚପଞ୍ଚସଖା ସମ୍ମାନ, ରାଜେଶ ପାଇଲେ ଶ୍ରୀକ୍ଷେତ୍ର ଗୌରବ ସମ୍ମାନରେ ସମାନିତ ହେଲେ

 

 


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ପ୍ରାୟ ୧୩ଜଣରୁ ଅଧିକ ବିଭିନ୍ନ ସମ୍ମାନରେ ସମ୍ବାନିତ ହୋଇଥିବା ଜଣାପଡିଛି । ଓଡିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବରେ ଅତିଥି ମାନଙ୍କ ଦ୍ୱାରା ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତଙ୍କୁ ତାଙ୍କର ସେବା କାର୍ଯ୍ୟବଳୀକୁ ଲକ୍ଷ୍ୟ କରାଯାଇ ତାଙ୍କୁ ପଞ୍ଚସଖା ସମ୍ମାନରେ ସମ୍ମାନିତ କରାଯାଇଛି । ସେହପରି ଇଂ ରାଜେଶ କୁମାର ମିଶ୍ରଙ୍କୁ ଶ୍ରୀକ୍ଷେତ୍ର ଗୌରବ ସମ୍ମାନରେ ସ୍ୱର୍ଣ୍ଣପଦକ, ମୌସୁମୀ ମହାପାତ୍ରଙ୍କୁ ମହତାବ ସମ୍ମାନରେ ସ୍ୱର୍ଣ୍ଣ ପଦକ, ରୂପକ କୁମାର ବିହାରାଙ୍କୁ ମହତାବ ସ୍ୱର୍ଣ୍ଣପଦକ, ଡା,ଶୁଭାଶିଷ ଦାସଙ୍କୁ ମହତାବ ରୋପ୍ୟ ପଦକ, ବିଜୟଲକ୍ଷ୍ମୀ ଦାଶଙ୍କୁ ସେବିକାରତ୍ନ ସମ୍ମାନ, ପବିତ୍ର କୁମାର ପରିଡାଙ୍କୁ ସ୍ୱାମୀ ବିବେକାନନ୍ଦ ସମ୍ମାନ, ଆଦିତ୍ୟ କୁମାର ମହାନ୍ତିଙ୍କୁ ଚିତ୍ରଶିଳ୍ପୀ ସମ୍ମାନ, ବସନ୍ତ କୁମାର ମହାପାତ୍ରଙ୍କୁ ମହତାବ ସ୍ୱର୍ଣ୍ଣପଦକ, ଉପେନ୍ଦ୍ର କୁମାର ବିଶ୍ୱାଳଙ୍କୁ ମହାତବ ସମ୍ମାନ, ଅକ୍ଷୟ କୁମାର ଜେନାଙ୍କୁ ସେବକରତ୍ନ ସମ୍ମାନ, ବିକ୍ରମ କେଶରୀ ପ୍ରଧାନଙ୍କୁ ଉତ୍କଳରନ୍‌ ସମ୍ମାନ ଓ ସଚ୍ଚିଦାନନ୍ଦ ମହାନ୍ତିଙ୍କୁ କୃଷକରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସାକ୍ଷୀଗୋପାଳ ବକୁଳବନ ମହୋତ୍ସବ କମିଟିର ସମ୍ପାଦକ ଯଯାତି କେଶରୀ ରାୟ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୪--୮,୧୦   Sakhigopal News, 4/1/2024

Blog Archive

Popular Posts