ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଧନୁଯାତ୍ରା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ନୂତନ ବର୍ଷ ପାଇଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଧନୁଯାତ୍ରା ମହୋତ୍ସବ ୨୪ ଆରମ୍ଭ ହୋଇଯାଇଛି। ମହୋତ୍ସବ ସମିତି ର ସଭାପତି ଅନିରୁଦ୍ଧ ସାହୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ, ସମ୍ମାନିତ ଅତିଥି ଭାବେ ରୁଷୁଡା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ, ସବଇନ୍ସପେକ୍ଟର ଧନେଶ୍ଵର ସାହୁ, କବି ତଥା ରାଇଟର ହରିଶ କୁମାର ଦାଶ ଯୋଗ ଦେଇଥିଲେ। ଏହି ସମୟରେ ଧନୁଯାତ୍ରା ମହୋତ୍ସବ ସମିତି ର ଉପସଭାପତି ଜୀତେନ୍ଦ୍ର ପୋଢ, ସମ୍ପାଦକ ଲଲିତ ମେହେର, ପୂର୍ଣ୍ଣ ଚନ୍ଦ୍ର ଯୁଆଡି, ଧର୍ମରାଜ ଭୂଏ, ଦୁଃଖୀ ଶ୍ଯାମ ମେହେର, ଗଣପତି ପୋଢ, ଅମିନ ପୋଢ, ମୁନଚୁ ଭୁଏ, ହାଡୁ ସାହୁ, ଗଂଗା ଯୁଆଡି, ବବଲୁ ମେହେର ଓ ଧନୁଯାତ୍ରା ମହୋତ୍ସବ ସମିତି ର ସମସ୍ତ ସଦସ୍ୟ ,ସଦସ୍ୟା ଉପସ୍ଥିତ ରହିଥିଲେ।ପୁରୋହିତ ଭାବରେ ପଣ୍ଡିତ ପ୍ରଫୁଲ କୁମାର ପଣ୍ଡା ପୂଜାର୍ଚ୍ଚନା କରିଥିଲେ। ସୋନପୁର ଜିଲ୍ଲାର ନୂଆଁଗଡ ର ଶମ୍ଭୁପ୍ରସାଦ ଖମାରି କଂସ ଭୂମିକାରେ ଅଭିନୟ କରିବେ ଓ ସାଥୀ କଳାକାରମାନେ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିବେ।ପରିଶେଷରେ ଉପସଭାପତି ଜୀତେନ୍ଦ୍ର ପୋଢ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧/୨୦୨୪----୮,୪୫ Sakhigopal News,2/1/2024