Breaking News

ବାଙ୍କୀ ରେ ନଦୀବନ୍ଧ ସୁଦୃଢ଼ୀକରଣ କର୍ଯ୍ୟରେ ମହା ଘୋଟାଲା , ଭିଜିଲାନ୍ସ ତଦନ୍ତ ଦାବି

Vigilance probe into embankment scandal in Banki

 କଟକ---- ବାଙ୍କୀ ସୁନାଦେଇ ମୁଣ୍ଡିଆ ଠାରୁ ଜତମୁଣ୍ଡିଆ ପର୍ଯ୍ୟନ୍ତ ନଦୀ ବନ୍ଧକୁ  ଜଳସେଚନ ବିଭାଗ ପକ୍ଷରୁ ସୁଦୃଢ଼ୀକରଣ କରାଯାଉଅଛି । ଯାହାର ଅଟକଳ ମୂଲ୍ୟ ୬କୋଟି ଟଙ୍କା ରହିଛି ।କିନ୍ତୁ ଏତେ ଟଙ୍କା ବ୍ୟୟରେ କରା ଯାଉଥିବା ସୁଦୃଢ଼ୀକରଣ କାର୍ଯ୍ୟ ଯେ ଏତେ ନିମ୍ନମାନର ତାହା କହିଲେ ନସରେ ।ନଦୀ ବନ୍ଧରୁ ନଦୀ ଭିତରକୁ ଯିବାପାଇଁ ହୋଇଥିବା ପାହଚ କୁ ପୋତିଦିଆ ଯାଇଛି । ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ପାହାଚ ନିର୍ମାଣ କରାଯାଇ ନଥିବାରୁ ଜନସାଧରଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବନ୍ଧର ଉଭୟ ପାର୍ଶ୍ଵ କଳାମୁଗୁନି ପଥର ରେ ପ୍ୟକିଂ କରିବା କଥା । କିନ୍ତୁ ତାହା କରାନଯାଇ କିଛି କିଛି ସ୍ଥାନକୁ ଧଳା ପଥର ଏବଂ କୁଣ୍ଡା ପଥର ରେ ପ୍ୟାକିଂ କରାଯାଉଅଛି । ବର୍ତ୍ତମାନ ମହାନଦୀର ନୂତନ ବର୍ଷାଜଳ ପ୍ରବାହିତ ହେବା ଆରମ୍ଭ ହେଲାଣି କିନ୍ତୁ ବନ୍ଧକାର୍ଯ୍ୟ ସରୁ ନାହିଁ ।ଯଦି ନଦୀରେ ବନ୍ୟା ଆସି କିଛି କ୍ଷୟ କ୍ଷତି ହୁଏ ତେବେ କିଏ ଦାଇରହିବ ବୋଲି ଜନସାଧରଣରେ ଚର୍ଚ୍ଚା ଚାଲିଛି । ନଦୀ ରାସ୍ତା ରେ ଲାଗୁଥିବା ମେଣ୍ଟାଇ ସହିତ ମାଟି ମିଶାଇ ରାସ୍ତା କାମ ହେଉଛି । ଅନ୍ୟ ପକ୍ଷେ ଏହି ନଦୀ ବନ୍ଧ ନିମ୍ନ ମାନର କାମକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରିବା ପାଇଁ ଜଣସାଧାରଣଙ୍କ ପକ୍ଷରୁ ଦାବି ହେଉଛି । କଟକ ରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ସହ ବାଙ୍କୀ ରୁ ରମେଶ ଚନ୍ଦ୍ର ପଣ୍ଡା ଙ୍କ ରିପୋର୍ଟ,୮/୭/୨୦୨୨---- ୧୨,୪୦ Sakhigopal News,

Popular Posts