Breaking News

ବାହାରିଲା ମାଟ୍ରିକ ଫଳାଫଳ,ଓଡ଼ଗାଁ ବ୍ଳକ୍ ମାଟ୍ରିକ ଟପ୍ପର ଦିବ୍ୟୋଶ


Matriculation results released, Divyosh of Odgaon block matric top

ଓଡ଼ଗାଁ:- ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ଗାଁ ବ୍ଲକରେ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଓଡ଼ଗାଁ ରଘୁନାଥ ବିଦ୍ୟାପୀଠର ଛାତ୍ର ଦିବ୍ୟେଶ ପାଣିଗ୍ରାହୀ ପ୍ରଥମ ସ୍ଥାନ  ଅଧିକାର କରିଛନ୍ତି। ଏହାସହ ଆୟୁଷ ରୋଶନ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ଗାଁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ପଣ୍ତା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ଗାଁ ସରକାରୀ ରଘୁନାଥ ବିଦ୍ୟାପୀଠର ଛାତ୍ର ଦିବ୍ୟେଶ ପାଣିଗ୍ରାହୀ ୫୭୫ ନମ୍ବର ରଖି ପ୍ରଥମ ଏବଂ ଆୟୁଷ ରୋଶନ ୫୭୪ନମ୍ବର ରଖି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗାୟତ୍ରୀ ପଣ୍ତା ୫୭୦ନମ୍ବର ରଖି ତୃତୀୟରେ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ଶୁଣିବା ପରେ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି।
ଓଡ଼ଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,୭/୭/୨୦୨୨---୮,୪୦  Sakhigopal News,7/7//2022

Popular Posts