ସମାଜସେବୀ ଓ ନାଟ୍ୟକାର ମଧୁବାବୁ ଆଉ ନାହାନ୍ତି
Social worker and playwright Madhubabu is no more
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରଯୁଂଡା ପଞ୍ଚାୟତର ତେଲିଟିକରା ଗ୍ରାମର ମଧୂସୁଦନ ପାଢୀ (ମଧୁବାବା) ଙ୍କର ବୁର୍ଲାସ୍ଥିତ ଏକ ବେସରକାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଯାଇଛି। ମୃତ୍ୟୁବେଳେ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଧର୍ମ ପରାୟଣ, ସରଳ, ନିଷ୍କପଟ, ମେଳାପି, କର୍ତ୍ତବ୍ୟ ପରାୟଣ, ସମାଜସେବୀ ଓ ଜଣେ ନାଟ୍ୟକାର ଥିଲେ। ସେ ତେଲିଟିକରା ଗ୍ରାମ ର ପୂର୍ଣ୍ଣମାସୀ ନାଟ୍ୟ ସଂସଦର ଅଗ୍ରଣୀ ଭୂମିକା ନିର୍ବାହ କରୁଥିଲେ। ତେଲିଟିକରା ଗ୍ରାମର ଗୋକୁଳାଷ୍ଟମୀ ଯାତ୍ରା ର ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ ଓ ଗ୍ରାମର ଉନ୍ନୟନ କାର୍ଯ୍ୟକ୍ରମ ଆଗ ଧାଡିରେ ରହି ସହଯୋଗ କରିଆସୁଥିଲେ। ତାଙ୍କର ନିଜସ୍ବ ଗ୍ରାମ ତେଲିଟିକରା ଠାରେ ଶେଷ ଦର୍ଶନ କରିବା ପାଇଁ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କର ଶବାଧାର ରେ ଶବସଂସ୍କାର ପର୍ଯ୍ୟନ୍ତ ତେଲିଟିକରା ର ଯୁବଗୋଷ୍ଠୀ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏକମାତ୍ର ଭାଇ ଯଦୁମଣି, ଭାଇ ବୋହୁ, ଝିଅ ଇତିଶ୍ରୀ, ଜୋଇଁ ଏକମାତ୍ର ପୁତ୍ର କ୍ଷୀରସିନ୍ଧୁ ପାଢୀ(ଟୁନା) ଓ ନାତି ନାତୁଣୀ ଛାଡି ଯାଇଛନ୍ତି। ଶେଷରେ ତେଲିଟିକରା ସ୍ଵର୍ଗଦ୍ଵାର ଠାରେ ପୁତ୍ର କ୍ଷୀରସିନ୍ଧୁ ପାଢୀ ମୁଖାଗ୍ନି ଦେଇଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୭/୨୦୨୨---୬,୨୫ Sakhigopal News,10/7/2022