ବାଙ୍କୀ ଏନ.ଏ.ସି କେତେ ସ୍ବଛ ନଂ-୧୨ ଓ୍ବାର୍ଡ ଦେଉଛି ପ୍ରମାଣ
Evidence of how transparent the rest of the NAC is in Ward No. 12
କଟକ--- ବାଙ୍କୀ ଏନ.ଏ.ସି ସ୍ବଛତାରେ ନଂ୧ ବୋଲି ସରକାରଙ୍କ ଠାରୁ ପୁରଷ୍କାର ପାଇଛି । ଏଥିରେ ସରକାର ଖୁସ୍ ଓ ଏନ.ଏ.ସି. ଅଧିକାରୀ ଖୁସ୍ । କିନ୍ତୁ ଏନ.ଏ.ସି ରେ ବସବାସ କରୁଥିବା ଜନସାଧାରଣ କେତେ ଖୁସ୍ ତାହା ରାଜ୍ୟ ସରକାର ଅଗୋଚର । ରାଜ୍ୟ ସରକାର କେବଳ କାଗଜପତ୍ର ଦେଖି ନଂ୧ର ମାନ୍ୟତା ଦେଇଛନ୍ତି ବୋଲି ଜଣସାଧାରଣରେ ଆଲୋଚନା ହେଉଛି। ବାଙ୍କୀ ଜନସାଧାରଣଙ୍କ ମନରେ ପ୍ରଶ୍ନ ବିପର୍ଯ୍ୟସ୍ତ ପରିମଳ ବ୍ଯବସ୍ଥାରେ ଯଦି ଏନ.ଏ.ସି ପାଇପାରୁଛି ସ୍ବଛ ପୁରଷ୍କାର ? ତାହେଲେ ସ୍ବଛତା ପୁରସ୍କାର ଦେଇଥିବା ସରକାର କେତେ ସ୍ବଛ ତାହା ଏବେ ଆଲୋଚନା ର ବିଷୟ ହୋଇପଡିଛି ।
ବର୍ତ୍ତମାନର ସ୍ଥିତି ପରଖିଲେ ଯେ କେହି ଜାଣି ପାରିବେ ପ୍ରକୃତ ସତ କଥା କ'ଣ। ଏହା ପ୍ରକୃତରେ ପରିବେଶ , ପରିସ୍ଥିତି, କାର୍ଯ୍ଯକଳାପକୁ ନେଇ ପୁରଷ୍କାର ଦିଆଯାଇଛି ନା କାଗଜପତ୍ରରେ ଦିଆଯାଇଛି ତାହା ପ୍ରମାଣିତ ହୋଇଯାଆନ୍ତା । ୧୨ନଂ ଓ୍ବାର୍ଡର ନଗ୍ନ ଚିତ୍ର ଏହାର ମୂକ ସାକ୍ଷୀ । ଏହି ଓ୍ବାର୍ଡରୁ ଯେ କେହି ଜାଣି ପାରିବେ ଏହାର ଅସଲ ସ୍ବଛତା । ଯେଉଁ ଅଧିକାରୀ ମାନେ ଏହି ଏନଏସି କୁ ନଂ୧ରେ ପହଞ୍ଚାଇଛନ୍ତି ସେମାନଙ୍କୁ ୧୨ନଂ ଅଧିବାସୀ ମାନେ ସାଧୁବାଦ ଜଣାଇଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧନଙ୍କ ସହିତ ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୧୦/୭/୨୦୨୨----- ୬,୨୦ Sakhigopal News,10/7/2022