ସଂରକ୍ଷିତ ଜଙ୍ଗଲରୁ ଗଛ କାଟୁଥିବା ବେଳେ ; ୨ଜଣଙ୍କୁ ଗିରଫ କଲା ବନ ବିଭାଗ
While cutting down trees from protected forests; The Forest Service arrested two people
ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ରେ ଥିବା ରଗଡା ସରଂକ୍ଷିତ ଜଙ୍ଗଲ ଭାଗ ୩ ରୁ ମୂଲ୍ୟବାନ ଶାଳ ଓ ସାହଜ ଗଛ କାଟୁ ଥିବା ବେଳେ ଲାଠିପଡ଼ା ସେକ୍ସନ ର ବନପାଳ ଅମ୍ରିତା କୁମାରୀ ଜେନା ବନରକ୍ଷୀ ପି,ମୋହନ ,ଶିବାନନ୍ଦ ଦିଗାଲ ଓ ସ୍ବାର୍ଡ କର୍ମଚାରୀ ପହଞ୍ଚି ୨ ଜଣ ଆସାମୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସେମାନେ ହେଲେ .ପରେଶ ଗମାଙ୍ଗ,ଲିଙ୍ଗୁ ମଣ୍ଡଡଳ। ଏମାନଙ୍କ ଘର ସୋରଡ଼ା ଥାନା ଅନ୍ତର୍ଗତ ସାଗିଡି ଓ ଖିଲାବାଦୀ ଗ୍ରାମରେ । ଏମାନଙ୍କ ନିକଟରୁୁ 15ଟି ଶାଳ ଓ 20 ଟି ସାହାଜା ବଲ୍ହା ଜବତ ହେଇଥିବା ବନାଞ୍ଚଳ ଅଧିକାରୀ କୁମର ବେହେରା କହିଛନ୍ତି ।ଖବର ନେବାରେ ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରାଙ୍କ ନିଦ୍ଧେର୍ଶ କ୍ରମେ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ନେତୃତ୍ବ ଓ ଲାଠିପଡା ସେକସନର ବନପାଳ ଅମ୍ରିତା ଜେନାଙ୍କ ସହଯୋଗରେ ଏହି ଚଢାଉ କରାଯାଇଥିଲା । ୨ ଏକର ଜଙ୍ଗଲ ଜମି ଜବରଦଖଲ କରିବା ପାଇଁ ସେହି ଜମିରେ ଥିବା ବହୁ ମୂଲ୍ୟବାନ ଗଛକୁ କାଟୁଥିଲେ । ବନପାଳ କୈଣସି ସୁତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଗିରଫ କରିଥିଲେ । ବନାଞ୍ଚଳ କାର୍ଯ୍ୟଳୟକୁ ସେମାନଙ୍କୁ ଆଣି ଅଧିକ ତଦନ୍ତକରି କେନ୍ଦ୍ରିୟ ବନାଞ୍ଚଳ କାର୍ଯ୍ୟଳୟ କେସ ନଂ ୧୨୯/୨୨ର ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୭/୨୦୨୨----୮,୧୫ Sakhigopal News,11/7/028