Breaking News

ଖରିଫ ଧାନ ବିକ୍ରୟ ନିମେନ୍ତ ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରଶିକ୍ଷଣ ଶିବିର

 Farmers' Registration Training Camp for Kharif Rice Sales


ସାକ୍ଷୀଗୋପାଳ----- ଖରିପ ଧାନ ବିକ୍ରୟ ନିମେନ୍ତ ଚାଷୀଙ୍କ ନାମ ପଞ୍ଜୀକରଣ ପାଇଁ  ସମବାୟ ସମିତିର ସମ୍ପାଦକ ଓ ଡାଟା ଅପରେଟର ମାନଙ୍କୁ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ଆୟୋଜନ କରିଛି । ମଙ୍ଗଳବାର ଦିନ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ତାଲିମ ଶିବିରରେ ସତ୍ୟବାଦୀ , ପିପିଲି, ଡେଲାଙ୍ଗ ଓ କଣାସ ବ୍ଳକର ସମସ୍ତ ସମବାୟ ସମିତିର ସମ୍ପାଦକ ଓ ଡିଓ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଶିବିରରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ଏହି ତାଲିମ ଶିବିରରେ ଭୀମସେନ ସାହୁ ଉପନିବନ୍ଦକ ସମବାୟ ସମିତି,ପୁରୀ, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା,  ସତ୍ୟବାଦୀ ବ୍ଳକର ଯୋଗାଣ ନୀରିକ୍ଷୀକା ଜୟନ୍ତୀ ଶ୍ରୀହରିଚନ୍ଦନ ପ୍ରମୁଖ ଯୋଗଦେଇ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଏହି ମାସ ୧୫ ତାରିଖରୁ ଧାନ ବିକ୍ରୟ ନିମେନ୍ତ ଚାଷୀ ମାନେ ନାମ ପଞ୍ଜୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୨୨/୮/୨୦୨୨ରେ ଶେଷ ହେବ । ଏହି ୩୭ ଦିନ ମଧ୍ୟରେ ଚାଷୀଙ୍କୁ ଫର୍ମ ଦେବା ସହିତ ସେମାନଙ୍କ ଠାରୁ ଫର୍ମ ଆଣିବା  । ବିଶେଷ କରି ଯେଉଁ ଚାଷୀ ସେମାନଙ୍କର ଯେତିକି ଜମି ଦେଉଛନ୍ତି ସେମାନଙ୍କ ନାମରେ ସେତିକି ଜମି ରହିବା ଦରକାର । ଯେପରି ବିଗତ ଦିନରେ ଜଣେ ଜଣେ ଚାଷୀ ୫ଏକର ଜମିର କାଗଜପତ୍ର ଦେଇଥିବା ବେଳେ ସେମାନଙ୍କ ନାମରେ ମାତ୍ର ୫୦ ଡିସିମିଲି ଜମି ପଞ୍ଜୀକରଣ କରାଯାଇଛି । ଚଳିତବର୍ଷ ଏ ଭୁଲ ଯେପରି ନହୁଏ ସେଥିପ୍ରତି ସମସ୍ତ ସମବାୟ ସମିତିର ସମ୍ପାଦକ ଓ ଡାଟା ଅପରେଟର ମାନଙ୍କୁ ନଜର ଦେବାକୁ ଶ୍ରୀ ସାହୁ କହିଥିଲେ । ସାକ୍ଷୀଗୋପାଳନିୟନ୍ତ୍ରୀତ ବଜାର କମିଟିର ହିସାବ ନିରିକ୍ଷକ ଜଗତଜ୍ୟୋତି ସାହୁ ଓ ସୁରେନ୍ଦ୍ର ଦତ୍ତ ଶିବିର ପରିଚାଳନାରେ ସହଯୋଗ କରିଥିଷଲ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୭/୨୦୨୨---୮,୪୦    

   Sakhigopal News, 12/7/2022

Blog Archive

Popular Posts