Breaking News

ମାକଣ୍ଡପଡା ସେବା ସମବାୟ ସମିତିର ସଭାପତି ହେଲେସ୍ୱାଧୀନ

 Heleswadin, president of the Makandapada Service Cooperative Society


ସାକ୍ଷୀଗୋପାଳ------ସତ୍ୟବାଦୀ ବ୍ଳକର ଶୁକଳ ମାକଣ୍ଡପଡା ସେବା ସମବାୟ ସମିତିର ସଭାପତି ପଦ ପାଇଁ ଆଜି ନିର୍ବାଚନ ହୋଇଥିଲା ।ଏଥିରେ ବିଜେଡି ସମର୍ଥିତ ସ୍ୱାଧୀନ ପ୍ରଧାନ ୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏହି ସମବାୟ ସମିତିରେ ୧୫ଗୋଟି ଜୋନ ରହିଥିଲେ ମଧ୍ୟ କେତେକ କାରଣ ଯୋଗୁ ୩ଟି ଜୋନରେ ନିର୍ବାଚନ ହୋଇନଥିଲା ।ଅନ୍ୟ ୧୨ଗୋଟି ଜୋନରେ ନିର୍ବାଚନ ହୋଇଥିଲା ।ବିଜେଡି ସମର୍ଥିତ୭ ଜଣ ରହିଥିବା ବେଳେ ବିରୋଧ ଭାବେ ୫ଜଣ ରହିଥିଲେ । ଆଜି ନିୟମ ଅନୁଯାୟୀ ସଭାପତି ପଦ ପାଇଁ ନିର୍ବାଚନ କରାଯାଇଥିଲା । ସ୍ୱାଧୀନ ସଭାପତି ପଦ ପାଇଁ ନିର୍ବାଚନରେ ଠିଆ ହୋଇଥିଲେ । ତାଙ୍କୁ ୭ ଖଣ୍ଡ ଭୋଟ ପାଇ ଜିତିଥିଲେ । ସେଠାରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ବିକ୍ରମ ଜେନା, ପୂର୍ବତନ ଶୁକଳ ସମିତିସଭ୍ୟ ଜଳନ୍ଦର ସେଠୀ ଓ ବିଜେଡି କର୍ମୀ ପ୍ରମୁଖ ମାନେ ନୂତନ ସଭାପତିଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୭/୨୦୨୨--୮,୩୦   

 Sakhigopal News, 12/7/2022

Blog Archive

Popular Posts