ଆମ ଆଦିମୀ ପାର୍ଟି ପକ୍ଷରୁ ବିଜୁଳି ଆନ୍ଦୋଳନ ସମୀକ୍ଷା ବୈଠକ
ନୟାଗଡ଼-- ଖଣ୍ଡପଡା ସହରାଞ୍ଚଳର ଆରାଧ୍ୟା ମା ଉମାଦେବୀ ମନ୍ଦିର ପ୍ରାଙ୍ଗଣରେ ଆମ ଆଦିମୀ ପାର୍ଟି ପକ୍ଷରୁ ବିଜୁଳି ଆନ୍ଦୋଳନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲା ଦାୟିତ୍ୱ ରେ ଥିବା ଆପନେତା ମାନସ ରଞ୍ଜନ ପଣ୍ଡା ପୌରହିତ୍ୟ ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ଦୂର୍ଗାପ୍ରସାଦ ଦାସ, ରାଜ୍ୟ ସମ୍ପାଦକ ସୌମ୍ୟରଂଜନ ସ୍ବାଇଁ ଯୋଗଦେଇ ବିଜୁଳି ଆନ୍ଦୋଳନ ସହ ରାଜ୍ୟର ଅଧୋଗତି ସମ୍ପର୍କରେ ଆଲୋକପାତ କରିଥିଲେ। ଦିଲ୍ଲୀ, ପଞ୍ଜାବ ଭଳି ବିଜୁଳି କିଣୁଥିବା ରାଜ୍ୟରେ ଆପସରକାର ଜନସାଧାରଣ ଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରୁଥିବା ସମୟରେ ବିଜୁଳି ଉତ୍ପାଦନ କରୁଥିବା ଓଡ଼ିଶା ରାଜ୍ୟରେ ବେସରକାରୀ ସଂସ୍ଥାକୁ ବିକ୍ରି କରିଦେବା ସହିତ ଜନସାଧାରଣ ଙ୍କ ଠାରୁ ଏହି ବାବଦରେ ମାତ୍ରାଧିକ ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ କରିଥିଲେ।ଜନସାଧାରଣଙ୍କ ଠାରୁ ବିଜୁଳି ବାବଦରେ ବେସରକାରୀ ସଂସ୍ଥା କୋଟି କୋଟି ଟଙ୍କା ଲୁଟୁଥିବା ସମୟରେ ବିଜୁଳି ଉତ୍ପାଦନ ଓ ବଣ୍ଟନର ଭିତ୍ତିଭୂମି କୁ ସୁଦୃଢ କରିବା ପାଇଁ କୌଣସି ଉଦ୍ୟମ କରୁନଥିବା ଯୋଗୁଁ ଲୋକେ ଅର୍ଥ ପ୍ରଦାନ କରି ମଧ୍ୟ ସଠିକ ସେବା ପାଇ ପାରୁନଥିବା ବିଷୟରେ ମତ ରଖିଥିଲେ । ରାଜ୍ୟ ତଥା ଜିଲାରେ ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ସହ ବେକାରୀ ଦୂରୀକରଣରେ ରାଜ୍ୟ ସରକାର ଫେଲ ମାରିଥିବା ସମୟରେ ଆପ ଦଳର କାର୍ଯ୍ୟଧାରା ଓ କ୍ଷମତା କୁ ଆସିଲେ ରାଜ୍ୟର କିଭଳି ବିକାଶ କରାଯିବ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ ତୃଣମୂଳ ସ୍ତରରୁ ସାଂଗଠନିକ କ୍ଷମତା ବୃଦ୍ଧି କରିବା ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅବଧୂତ ମହାରଣା, ମାନସ ପ୍ରଧାନ , ଅନ୍ତର୍ଯ୍ୟାମୀ ଜେନା, କୈଳାସ ପ୍ରଧାନ, ଭ୍ରମର ଦଳେଇ, ରାମଚନ୍ଦ୍ର ବରାଡ଼, ଅର୍ଜୁନ ଦଲାବେହେରା, ରଞ୍ଜନ ସ୍ବାଇଁଙ୍କ ସମେତ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ୨୨ ଗୋଟି ପଂଚାୟତ ଓ ସହରାଞ୍ଚଳରେ କର୍ମୀଗଣ ଏହି ବୈଠକରେ ଯୋଗଦେଇଥିବା ଜଣାଯାଇଛି।ନୟାଗଡରୁ ନିରଂଜନ ଦାସଙ୍କ ରିପୋର୍ଟ,୧୨/୭/୨୦୨୨ ---୬,୪୦ Sakhigopal News 12/7/2022